Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯନ୍ତ୍ରଣାର ଅନ୍ତ ଘଟିବ ନକ୍ସାପାଲି ଠୁ ସିନ୍ଦୁରପଙ୍କ ଭାୟା ଧନୁପାଲି ଛକର ରାସ୍ତା ନିର୍ମାଣ ହେଲେ : ସୂର୍ଯ୍ୟ ପାଣିଗ୍ରାହୀ

ସମ୍ବଲପୁର:ସମ୍ବଲପୁର ଠୁ କଟକ ଓ ସମ୍ବଲପୁର ଠୁ କେଉଁଝର ଜାତୀୟ ରାଜପଥ ର ନିର୍ମାଣ ପାଇଁ କେନ୍ଦ୍ର ସରକାର ଦୀର୍ଘ 3 ବର୍ଷ ରୁ ଉର୍ଦ୍ଧ ହେଲା ଅର୍ଥ ମଞ୍ଜୁରୀ କରିଥିଲେ l ନିର୍ମାଣ କାର୍ଯ୍ୟ ମଧ୍ୟ ପରେ ପରେ ଆରମ୍ଭ ହେଲା l ହେଲେ ସମସ୍ତେ ଭୁଲି ଗଲେ ନକ୍ସାପାଲି ଠୁ ସିନ୍ଦୁରପଙ୍କ ( ଚୌଧୁରୀ ଛକ ) ଭାୟା ଧନୁପାଲି ଛକ ରାସ୍ତା କୁ l ତିନି ବର୍ଷ ରେ ଏହି ରାସ୍ତା ଦେଇ କେତେଯେ ମୋଟର ଦୁର୍ଘଟଣା ଘଟିଛି, କେତେଯେ ଲୋକ ମୃତ୍ୟୁ ବରଣ କରୁଛନ୍ତି, କେତେଯେ ଲୋକ ଆହତ ହୋଇଛନ୍ତି, ତାରି ହିସାବ କରିବା ବଡ଼ କଷ୍ଟକର ବ୍ୟାପାର l ସେ ଯାହାବି ହେଉ ନିର୍ବାଚନ ପୂର୍ବରୁ ୩ ବର୍ଷ ହେଲା ଦୁର୍ଦିନ ରେ ଥିବା ରାସ୍ତା ର ନିର୍ମାଣକାର୍ଯ୍ୟ ପାଇଁ କେନ୍ଦ୍ର ସରକାର ତଥା ସଡ଼କ ଓ ପରିବହନ ମନ୍ତ୍ରାଳୟ ଅର୍ଥ ବରାଦ କରିବା ଏକ ସ୍ୱାଗତଯୋଗ୍ୟ ବିଷୟ ବୋଲି ବରିଷ୍ଠ ବିଜେପି ନେତା ସୂର୍ଯ୍ୟ ପାଣିଗ୍ରାହୀ ଏକ ପ୍ରେସ ବିବୃତି ରେ ପ୍ରକାଶ କରିଛନ୍ତି l
ଦୀର୍ଘ ୩ ବର୍ଷ ରେ କେତେଯେ ସାଧାରଣ ଲୋକମାନେ ସ୍ଥାନୀୟ ଜନପ୍ରତିନିଧି ମାନଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି, କେତେ ଥର ଜାତୀୟ ରାଜପଥ ବିଭାଗ ଙ୍କର ପାଖରେ ଅଭିଯୋଗ କରିଛନ୍ତି ତାରି ହିସାବ କରିହେବନି l ସୂଚନା ଯୋଗ୍ୟ ଯେ, କେନ୍ଦ୍ର ଜାତୀୟ ରାଜପଥ ବିଭାଗ ( ଏନ.ଏଚ.ଏଆଇ.) ଏହି ୨ ଜାତୀୟ ରାଜପଥ ର ନିର୍ମାଣ ହାତକୁ ନେଲାପରେ ନକ୍ସା ପାଲି ଠୁ ସିନ୍ଦୁରପଙ୍କ ଭାୟା ଧନୁପାଲି ରାସ୍ତା କୁ ସମ୍ପୂର୍ଣ୍ଣ ଭାବରେ ଭୁଲି ଗଲେ ଏବଂ ରାଜ୍ୟ ରାଜପଥ ବିଭାଗ କୁ କିମ୍ବା ରାଜ୍ୟ ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର ମଧ୍ୟ କଲେ ନାହିଁ ଯଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଏହି ଜନଗହଳି ରାସ୍ତା ଟି ଅବହେଳିତ ହୋଇ ରହିଗଲା l ରାସ୍ତା ଟି ପାଲଟି ଗଲା ଏକ ମରଣ ଯନ୍ତା l ଯଦ୍ୱାରା ସମ୍ବଲପୁର ମହାନଗର ର ଏହି ଚାରିଛକିଆ ଧନୁପାଲି ଛକ ରେ ମଧ୍ୟ ବାରମ୍ବାର ସୃଷ୍ଟି ହେଲା ବଡ଼ ବଡ଼ ଗର୍ତ୍ତ l ଜିଲ୍ଲା ପ୍ରଶାସନ ର ବଡ଼ ବଡ଼ ଅଧିକାରୀ ମାନେ, କେତେ ନେତା ମନ୍ତ୍ରୀ ଏହି ରାସ୍ତା ଦେଇ ନିୟମିତ ଯାତାୟାତ କରୁଥିଲେ ମଧ୍ୟ ଦୀର୍ଘ ୩ ବର୍ଷ ସମସ୍ୟା ର ସମାଧାନ ପାଇଁ ଟିକିଏ ଚିନ୍ତା ମଧ୍ୟ୍ୟ କରିନଥିବା ପରିତାପ ର ବିଷୟ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି l
ସେଯାହାବି ହେଉ ନୂତନ ବର୍ଷର ପ୍ରାରମ୍ଭ ରେ କେନ୍ଦ୍ର ଶିକ୍ଷା ଓ ଉଦ୍ୟୋମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ଆଗ୍ରହ କ୍ରମେ ୩ ବର୍ଷ ର କଷ୍ଟ ଲାଘବ ହେବାର ଆଶା ସଂଚାର ହୋଇପାରିଥିବାରୁ ବିଜେପି ର ବରିଷ୍ଠ ନେତା ଶ୍ରୀ ପାଣିଗ୍ରାହୀ ଅଞ୍ଚଳବାସୀ ଙ୍କ ପକ୍ଷରୁ କେନ୍ଦ୍ର ସରକାର ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l
ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ଯେ, ଏହି ଲିଙ୍କ ରାସ୍ତା ର ନିର୍ମାଣ ହେଲେ ଏହି ରାସ୍ତା ଦେଇ ନିୟମିତ ଯାତ୍ରା କରିଥିବା ହଜାର ହଜାର ଲୋକଙ୍କର କଷ୍ଟ ଲାଘବ ହୋଇପାରିବ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories