Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ସିଟି ହସ୍ପିଟାଲରେ ମିଳୁନାହିଁ ଜରୁରୀ ସେବା:ବିକ୍ଷୋପ ପ୍ରଦର୍ଶନ

ବ୍ରହ୍ମପୁର:ବ୍ରହ୍ମପୁର ସିଟି ହସ୍ପିଟାଲରେ ଚିକିତ୍ସା ଜନିତ ଅବହେଳା ସମାଧାନ ଦାବିନେଇ ସହରର ଅଗ୍ରଣୀ ସଂଗ୍ରାମୀ ସଂଗଠନ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ସିଟି ହସ୍ପିଟାଲ ମୁଖ୍ୟ ଗେଟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହେବାସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଧେଶ୍ୟରେ ପାଞ୍ଚ ଦଫା ଦାବିନେଇ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l କାଜୁଆଲିଟି ଜରୁରୀ ବିଭାଗରେ ଆବଶ୍ୟକ ସ୍ଥଳେ ଅମ୍ଳଜାନ ବ୍ୟବସ୍ଥା କରିବା ,ଔଷଧ ଦେବା, ଶ୍ୱାସ ରୋଗୀଙ୍କୁ ଇନହେଲର ଯୋଗାଇବା, ଇସିଜି କରିବା, ଆମ୍ବୁଲାନ୍ସ ଯୋଗାଇବା ଭଳି ସାମାନ୍ୟ ଓ ଜରୁରୀ ସେବା ମଧ୍ୟ ରାତ୍ରି ସମୟରେ ସିଟି ହସ୍ପିଟାଲରେ ଉପଲବ୍ଧ ହୋଇପାରୁନାହିଁ l ଏତଦସହ ରୋଗୀଦେଖା ସମୟ ସକାଳ ୮ଘଣ୍ଟାରୁ ଆରମ୍ଭ ହେଉଥିବା ବେଳେ ଦିବା ୧୦ଘଣ୍ଟାରେ ଅଧିକାଂଶ ଡାକ୍ତର ଡିଉଟିକୁ ଆସୁଥିବା ଓ ଅପରାହ୍ନରେ ରୋଗୀ ଦେଖା ସମ୍ପୂର୍ଣ ଭାବେ ବନ୍ଦ କରିବା, ସମସ୍ତ ଆବଶ୍ୟକ ସରଞ୍ଜାମ ଥିବା ଓ ଡାକ୍ତର ନିୟୋଜିତ ଥିବା ସତ୍ୱେ ଜରୁରୀ ସେବାପାଇଁ ଆସୁଥିବା ରୋଗୀଙ୍କୁ ଏମକେସିଜି ମେଡିକାଲକୁ ଚାଲିଯିବା ପାଇଁ ବାଧ୍ୟ କରୁଛନ୍ତି l ଅଲଟ୍ରା ସାଉଣ୍ଡ ମେସିନ ଅଧିକାଂଶ ସମୟରେ ଅଚଳ ରଖି ରୋଗୀଙ୍କୁ ବିଭିନ୍ନ ଘରୋଇ କ୍ଲିନିକକୁ ଯିବାପାଇଁ ବାଧ୍ୟ କରାଯାଉଛି l କିଡ଼ନୀ ରୋଗୀଙ୍କ ପାଇଁ ଡାଇଲିସିସ ବିଭାଗ ଖୋଲିବା ଆଦି ଦାବୀ କରାଯାଇଛି l ସୂଚନା ଯେ, ସିଟି ହସ୍ପିଟାଲକୁ ଦୁଇ ଦୁଇ ଥର ରାଜ୍ୟ ସରକାର ଉତ୍ତମ ସେବା ପାଇଁ କାୟାକଳ୍ପ ପୁରସ୍କାର ପ୍ରଦାନ କରିଥିଲେ ବି ଜରୁରୀ ସେବା ପାଇବାରୁ ରୋଗୀ ବଂଚିତ ହେଉଛନ୍ତି ଓ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଥଚ ଏଠାରେ କୋଟି କୋଟି ଟଙ୍କାରେ ସୁନ୍ଦର ସୁନ୍ଦର କୋଠା ନାମକୁ ମାତ୍ର ଶୋଭା ପାଉଛି l ଖୁବଶୀଘ୍ର ସମସ୍ତ ସମସ୍ୟାର ସମାଧାନ ନହେଲେ ରାଜ୍ୟ ସରକାର ଆନ୍ଦୋଳନlତ୍ମକ ପରିସ୍ଥିତିର ସମ୍ମୁଖୀନ ହେବେ ବୋଲି ମଞ୍ଚ ଆବାହକ ତଥା ଆଇନଜୀବୀ ଅବନୀ ଗୟା ଦୃଢ଼ ଚେତାବନୀ ଦେଇଛନ୍ତି l ମଞ୍ଚର ଉପଦେଷ୍ଟା ବଂଶୀଧର ଭୂୟାଁ, ସମ୍ପାଦକ ସୁବାଷ ଚନ୍ଦ୍ର ମିଶ୍ର ଙ୍କ ସମେତ ବରିଷ୍ଠ ସାମ୍ବାଦିକ ରବି ରଥ,ରାମ ଚନ୍ଦ୍ର ବlଡତ୍ୟା, ଆର.ସତ୍ୟ ନାରାୟଣ ରାଓ, ଏସ. ସlମ୍ବlଶିବା ରାଓ, ପୂର୍ଣ୍ଣ ଚନ୍ଦ୍ର ମହାରଣା, କବିରାଜ ସାହୁ,ସନ୍ତୋଷ କୁମାର ପାତ୍ର, ପ୍ରଶାନ୍ତ କୁମାର ପଣ୍ଡା, ହୃଷିକେଶ ପାତ୍ର, ବିଜୟ ଚନ୍ଦ୍ର ବିଶୋଇ, ମନୋଜ କୁମାର ତରାଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ