ଭୁବନେଶ୍ୱର: ଯଦି ଆପଣ ଏହି ସପ୍ତାହରେ ସାମାଜିକ ଗଣମାଧ୍ୟମ ଉପରେ ନଜର ପକାଇବେ ତେବେ ଆପଣ ଓଡିଶାର ଜଣେ ୨୧ ବର୍ଷୀୟ ଇଂଲିଶ ଇନଫ୍ଲୁଏନସର ଧୀରଜ ଟାକରୀଙ୍କ ଭିଡିଓ ନିଶ୍ଚୟ ଦେଖିଥିବେ । ଧୀରଜ ସଂପ୍ରତି ସାମାଜିକ ଗଣମାଧ୍ୟମରେ ଛାଇ ଯାଇଛନ୍ତି । ଇଂଲିଶ ଇନଫ୍ଲୁଏନସର କଥା କାହିଁକି ଉଠୁଛି ସେହି ପ୍ରଶ୍ନ ଆପଣଙ୍କ ମନରେ ଉଠୁଥିବ ।
ଧୀରଜଙ୍କ ଇନଷ୍ଟାଗ୍ରାମର ବାୟୋ ଅନୁଯାୟୀ, ସେ ବିନା ବିଦେଶ ଯାଇ ମୂଳ ନିବାସୀଙ୍କ ପରି ଟ୍ୟୁସନ ଜରିଆରେ ପିଲାଙ୍କୁ ଇଂରାଜୀ ଭାଷାରେ କଥା ହେବା ଶିଖାଉଛନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ୯ ଲକ୍ଷରୁ ଅଧିକ ଫୋଲଅର୍ସ ଅଛନ୍ତି ଓ ତାଙ୍କର ଆକାଉଂଟ ଭେରିଫାଇଡ । ତାଙ୍କ ବାୟୋଡାଟାରେ ଲେଖା ହୋଇଛି ମୁଁ ୨୧ ବର୍ଷର ଯୁବକ, ଓଡିଶାର ବାସିନ୍ଦା ।
https://www.instagram.com/dhirajtakri/
ଏ ପର୍ଯ୍ୟନ୍ତ ଧୀରଜ ୯୪ ଭିଡିଓ ପୋଷ୍ଟ କରି ସାରିଛନ୍ତି । ସେଥିରୁ ଅଧିକାଂଶ ଭିଡିଓର ଭକ୍ଟୟର ଏକ ମିଲିୟନରୁ ଅଧିକ ରହୀଛି । ବାସ୍ତବରେ ତାଙ୍କର ଭିଡିଓକୁ ଏଭଳି ଭାବେ ଏଡିଟ୍ କରାଯାଏ ଯାହା ଦର୍ଶକଙ୍କୁ ବାନ୍ଧି ରଖିଥାଏ । କାରଣ ସେଥିରେ ମିମ୍ସ ଓ ବହୁତ ଭଲ ଲେଖା ହୋଇଥାଏ ।
ଜାନୁଆରୀ ୭ରେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ସଦ୍ୟତମ ଭିଡିଓ ଏକ୍ସ ପର୍ଯ୍ୟନ୍ତ ପହଂଚି ଯାଇଛି । ଏହାକୁ ସାମାଜିକ ଗଣମାଧ୍ୟମରେ ବହୁଳ ଭାବେ ସେୟାର କରାଯାଉଛି । ଭିଡିଓରେ ଧୀରଜ ନିଜର ପ୍ରଶଂସକ ଓ ଫୋଲଅର୍ସଙ୍କୁ ଏକ ପ୍ରଶ୍ନ ପଚାରୁଛନ୍ତି ଯେ, କଣ ଆପଣ ବିଦେଶୀଙ୍କ ପରି ଇଂରାଜୀ କହିବାକୁ ଚାହାନ୍ତି ? ଏଠାରେ ବହୁତ ସରଳ ଉପାୟ ରହିଛି, ଯାହାକୁ ଉପଯୋଗ କରି ଆପଣ ଜଣେ ପେଶାଦାରଙ୍କ ପରି ଇଂରାଜୀ କହି ପାରିବେ ।
ଏକ ଭିଡିଓରେ ଧୀରଜ କିଛି ଆମେରିକା ଶବ୍ଦ ବିଷୟରେ କହୁଛନ୍ତି । କେମିତି ବେଶ ଭଲ ଭାବେ ଇଂରାଜୀ କହି ପାରିବେ ? ଏହି ବିଷୟରେ ସେ ବତାଉଛନ୍ତି। ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ୬ ମିଲିୟନରୁ ଅଧିକ ଲୋକ ଦେଖି ସାରିଛନ୍ତି ।
ତାଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଭିଡିଓରେ ଏକ ବିଶେଷ ସିରିଜ୍ ରହିଛି, ଯେଉଁଥିରେ ନିଜର ଫୋଲଅର୍ସଙ୍କୁ ଆମେରିକାନ ଶୈଳୀରେ କେମିତି କଥା କରାଯାଏ ତାର କଳା ଜଣା ଯାଇଛି ।