Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଧମାରେ ଅର୍ପଣ ରଥ ପରିକ୍ରମା:ନୈବେଦ୍ୟରେ ଅଞ୍ଚଳ ଜଗନ୍ନାଥ ମୟ

ସମ୍ବଲପୁର(ଧମା): ଓଡିଆ ସଂସ୍କୃତି ଓ ଆଧ୍ୟାତ୍ମିକ ପୁନଃଜାଗରଣର ନୈବେଦ୍ୟ ନେଇ ସାରା ଓଡିଶା ପରିକ୍ରମା କରୁଥିବା ଶ୍ରୀ ଜଗନ୍ନାଥ ଅର୍ପଣ ରଥ ଆଜି ଧମା ପଞ୍ଚାୟତରେ ପରିକ୍ରମା କରିଛି । ଏହି ଅବସରରେ ଧମା ସରପଞ୍ଚ୍ ଲଲିତା ପ୍ରଧାନ ଜିଆରଏସ ବଳରାମ ବାଗ୍ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୂଖ ଗ୍ରାମବାସୀଙ୍କ ସହିତ ଅର୍ପଣ ରଥକୁ ସ୍ୱାଗତ କରିବା ସହିତ ଗୁଆ ଚାଉଳ ନୈବେଦ୍ୟ ପ୍ରଦାନ କରି କୋଟି ବ୍ରହ୍ମାଣ୍ଡର ମହାନାୟକ ଜଗନ୍ନାଥ ମହାପ୍ରଭୂଙ୍କ ନିକଟରେ ସମଗ୍ର ପଞ୍ଚାୟତ ବାସୀଙ୍କ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ । ଅର୍ପଣ ରଥ ଧମାରୁ ବାହାରି ସମଗ୍ର ପଞ୍ଚାୟତ ପରିକ୍ରମା କରିଥିଲା।ଫଳରେ ସମଗ୍ର ପଞ୍ଚାୟତରେ ଜଗନ୍ନାଥମୟ ଭାବାବେଗ ସୃଷ୍ଟି ହୋଇଥିଲା।