ବୀରମହାରାଜପୁର : ( ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବାଘପାଲି ଚନ୍ଦ୍ରମଣି ମଠ ରେ ଗତ 5 ତାରିଖ ଠାରୁ ଚାଲିଥିବା ବକୁଳ ଯାତ୍ରା ମହୋତ୍ସବ ଶୁକ୍ରବାର ଉଦଯାପିତ ହୋଇଯାଇଛି l ଆଜିର ଉଦଯାପନୀ ସମାରୋହରରେ ଜାନକୀରାମ ଦେହେରିଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରାର୍ଥୀ (ବିରମହାରାଜପୁର ) ରଘୁନାଥ ଜଗଦଳl ଯୋଗ ଦେଇଥିଲେ I ମୁଖ୍ୟ ବକ୍ତା ଭାବେ ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ବ୍ରଜମୋହନ ଦାନୀ , ଆନନ୍ଦ ବାରିକ ( ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ) ମଞ୍ଚାସୀନ ଥିଲେ I ଅନ୍ୟତମ ଅତିଥି ଭାବେ ସମାଜସେବୀ ଦିଲ୍ଲୀପ ରଥ , ଗବେଷକ ଡ. ଅନିରୁଦ୍ଧ କୁରକୁରିଆ , ଏୈତିହାସିକ ସୁଦାମ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ l ଅତିଥି ମାନେ ବକୁଳ ଯାତ୍ରା ମହୋତ୍ସବ ଏବଂ ଚନ୍ଦ୍ରମଣି ସାହିତ୍ୟ ଉପରେ ଆଲୋଚନା କରିଥିଲେ l ଏଥିରେ ସୁଧାସାର ବାର୍ଷିକ ପତ୍ରିକା ଲୋକାର୍ପଣ ହୋଇଯାଇଛି l ଏହି ମହୋତ୍ସବରେ ସପ୍ତାହ ବ୍ୟାପୀ ଭାଗବତ ସପ୍ତାହ ପାରାୟଣ , ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ , ପ୍ରବଚନ , ସାରସ୍ୱତ ସମାରୋହ , ଭଜନ ସମାରୋହ , କବି ସମ୍ବିଳନୀ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଭକ୍ତି ଚରଣ ମେଣ୍ଡିଲି , ରାଜେନ୍ଦ୍ର ପ୍ରସାଦ ପାଢ଼ୀ , ନରସିଂହ ପଧାନ , ଲୁପି ମହାକୁର , ଅବିଷେକ ଅମାତ , ଫଗୁନୁ ପଧାନ, ଜୟଲାଲ ସେଠୀ , ପଦ୍ମନାଭ ପଣ୍ଡା , ଉତ୍ତର କୁମାର ପାତ୍ର , ରଂଜିତ ଦେହେରୀ , ସମାରୁ ବଗର୍ତ୍ତୀ , ନେହେରୁ ପଧାନ, ବୁଧୁଲାଲ ଦେହେରୀ , ବୃନ୍ଦାବନ ବାରିକ , ସତ ବଗର୍ତ୍ତୀ , ଭିକାରି ଚରଣ ମାଝୀ , ମାଗି ପଧାନ, ଅକ୍ଷୟ ଦନାୟକ ପ୍ରମୁଖ ସହଯୋଗ କରିଥିଲେ l
ବାଘପାଲି ଚନ୍ଦ୍ରମଣି ମଠ ରେ ଚାଲିଥିବା ପ୍ରସିଦ୍ଧ ବକୁଳ ଯାତ୍ରା ମହୋତ୍ସବ ଉଦଯାପିତ
