Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦୁପତ୍ର ତୋଳାଳୀ ଙ୍କୁ ବିବାହ ସହାୟତା ପ୍ରଦାନ କରାଯିବ

ସମ୍ବଲପୁର:ଆଜି ରେଢ଼ାଖୋଲ ଠାରେ ହୋଇଥିବା ସାଧାରଣ ସଭାରେ ୫ଟି ଅଧ୍ୟକ୍ଷ ଭି କେ ପଣ୍ଡିଆନ କେନ୍ଦୁପତ୍ର ତୋଳାଳୀ ଙ୍କୁ ବିବାହ ସହାୟତା ଦିଆ ଯିବ ବୋଲି କରିଥିବା ଘୋଷଣା କୁ କେନ୍ଦୁଲିଭ ୱେଲଫ୍ୟାର୍ ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତି ସ୍ବାଗତ କରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଓଡ଼ିଶାରେ ରହୁଥିବା ୧୫ଲକ୍ଷ୍ୟ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ମାନଙ୍କ କନ୍ୟା ବିବାହ ପାଇଁ ୨୦୧୮ ମସିହା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା, ଯାହା ବର୍ତ୍ତମାନ ବନ୍ଦ୍ ଅଛି। ୨୦୧୮ ମସିହା ରୁ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଏହାର ପୁନଃ ପ୍ରଚଳନ ପାଇଁ ଆନ୍ଦୋଳନ କରି ଆସୁଛି। ଏହି ସଂକ୍ରାନ୍ତ ରେ ତଥା ଦରମା ବୃଦ୍ଧି ଆଦି ବିଭିନ୍ନ ଗତକାଲି ଭି କେ ପଣ୍ଡିଆନ ଙ୍କୁ ସାକ୍ଷାତ କରି ସଂଜିତ ମହାନ୍ତି ଆଲୋଚନା ମଧ୍ୟ କରିଥିଲେ । କନ୍ୟା ବିବାହ ସହାୟତା କ୍ଷେତ୍ର ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ୫ଟି ଅଧ୍ୟକ୍ଷ କହିଥିବା ବେଳେ ଆଜି ଗୋଟିଏ ଦିନ ମଧ୍ୟରେ ସମ୍ବଲପୁର ଜିଲ୍ଲାର ସବୁଠୁ ଅଧିକ ୬୦ହଜାର ତୋଳାଳୀ ଥିବା ଅଞ୍ଚଳ ରେଢ଼ାଖୋଲ ରେ ଆଜି କେନ୍ଦୁପତ୍ର ତୋଳାଳୀ ପରିବାର ଙ୍କୁ ମିଳିବ ବିବାହ ସହାୟତା ଏବଂ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ବୋଲି ଭି କେ ପଣ୍ଡିଆନ ନିଜ ବକ୍ତବ୍ୟରେ କହିଛନ୍ତି। କେନ୍ଦୁପତ୍ର ଉପରେ ଗରିବ ଏବଂ ବିଶେଷ ଭାବରେ ୯୦% ମହିଳା ମାନେ ନିଜର ପରିବାର ଚଳାଇବା ପାଇଁ ନିର୍ଭର କରୁଥିବା ବେଳେ ଏହି ଘୋଷଣା ତୋଳାଳୀ ମାନଙ୍କ ପାଇଁ ଆନନ୍ଦ ଆଣିଛି ଏବଂ ଏହି ଘୋଷଣା ଦ୍ଵାରା ୨୨ଟି ଜିଲ୍ଲାର ୧୫ ଲକ୍ଷ୍ୟ ତୋଳାଳୀ ଓ ୧୮ ହଜାର କର୍ମଚାରୀ ଲାଭ ପାଇବେ ବୋଲି ସଂଜିତ ମହାନ୍ତି ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ