Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୈଶୋର ସ୍ୱାସ୍ଥ୍ୟ ଓ ବାଲ୍ୟ ବିବାହ ସଚେତନତା ଶିବିର

ସମ୍ବଲପୁର(ଜମନକିରା):କୈଶୋର ବୟସହିଁ ସମୃଦ୍ଧ ଭବିଷ୍ୟତର ମାପକାଠି। ଏହି ବୟସରେ ନିଜର ସ୍ୱାସ୍ଥ୍ୟ, ଆଚାର-ବ୍ୟବହାର,ଚାଲି-ଚଳନ,ଖାଦ୍ୟ-ପେୟ,ଶିକ୍ଷା-ଦୀକ୍ଷା ପ୍ରଭୃତି ଦିଗରେ ସଚେତନ କୈଶୋର ଯୁବକ-ଯୁବତୀ ଭବିଷ୍ୟତ ପାଇଁ ସୁନାଗରିକର ପରିଚୟ ତୋଲିବାର ପ୍ରକୃଷ୍ଟ ସମୟ । ଏପରିକି ବାଲ୍ୟ ବିବାହର ଅପକାରିତା,ଶିଶୁ ଶ୍ରମିକ ଓ ଶିଶୁ ଚାଲାଣ ଭଳି କୈଶୋର ସଚେତନତା ସୁସ୍ଥ ସମାଜର ପରିଚାୟକ ବୋଲି ବରିଷ୍ଠ ତାଲିମଦାତା ଡା.ରାଜାରାମ ଷଡଙ୍ଗୀ ତାଲିମ ପ୍ରଦାନକରି ବାର୍ତ୍ତା ପ୍ରଦାନ କରିଛନ୍ତି।
ଆଜି ଜମନକିରା ବ୍ଲକ୍ ଅନ୍ତର୍ଗତ ଟିକିଲିପଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଘୋଷରାଗୁଡା ଠାରେ ସମ୍ବଲପୁର ସମ୍ମନ୍ୱିତ ବିକାଶ ସଂସ୍ଥା ପକ୍ଷରୁ ଆୟୋଜିତ କେଶୋର ସ୍ୱାସ୍ଥ୍ୟ ସଚେତନତା ସଭାରେ ଏଭଳି ଆଲୋଚନା ହୋଇଛି। ସଭା ପ୍ରାରମ୍ଭରେ କଟଙ୍ଗପାନି ସିଏସଡବ୍ଲୁ ପ୍ରଦୀପ୍ତ କୁମାର ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶେଷରେ ଟିକିଲିପଡା ସିଏସଡବ୍ଲୁ ଶୋଭାଙ୍ଗୀନି ସାହୁ ଧନ୍ୟବାଦ ଅର୍ପଣ କରିଥଲେ । ଏହି ସଚେତନା ଶିବିରେର ୪୦ରୁ ଉର୍ଦ୍ଧ୍ବ କୈଶୋର ବୟସର କିଶୋର କିଶୋରୀ ମାନେ ତାଲିମ ନେଇ ଶେଷରେ ବାଲ୍ୟ ବିବାହ ବିରୋଧରେ ମିଳିତ ଭାବେ ଶପଥ ଗ୍ରହଣ କରିଥିଲେ।