Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଲୁ ସ୍ମାରକୀ କ୍ରିକେଟ୍ର ପ୍ରତିଯୋଗିତାରେ ବତେମୁରା ବିଜୟୀ

ସମ୍ବଲପୁର (ଧମା): ଝାଡେଶ୍ୱରୀ କ୍ଲବ ଆନୁକୂଲ୍ୟରେ ହେଉଥିବା ପଞ୍ଚଦିବସୀୟ ବୁଲୁ ସ୍ମାରକୀ କ୍ରିକେଟ ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବତେମୁରା ଓ ମାନେସ୍ୱର ମଧ୍ୟରେ ଫାଇନାଲ ଖେଲ ହୋଇଥିଲା ,ସଂଘର୍ଷ ପୂର୍ଣ ଖେଲ ମଧ୍ୟରେ ବତେମୁରା ବିଜୟୀ ହୋଇଥିବା ବେଳେ ମାନେଶ୍ବର ଉପବିଜେତା ଭାବରେ ସନ୍ତୁଷ୍ଟ ହୋଇ ଥିଲେ। ଖେଲ କୁ ସୁବ୍ରତ ମିଶ୍ର, ବିରେନ ରଣା, ଦେବାଶିଷ ଭୋଇ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ବିଜେତା ଦଳ କୁ ଟ୍ରଫି ସହ ନଗଦ ଅର୍ଥ ରାଶି ପ୍ରଦାନ କରିଥିବା ବେଳେ ,ଉପ ବିଜେତା ଦଳ ସହିତ ଉତମ ଖେଳାଳି ଙ୍କୁ ସତ୍ୟ ସ୍ୱରୂପ ସିଟ, ଧମା ସରପଂଚ ଲଳିତା ପ୍ରଧାନ, ହୁମା ସରପଂଚ ଇଲାବତୀ ପୁଝ।ରୀ,ଦେଓଗାଁ ସରପଞ୍ଚ ସରସ୍ୱତୀ ରାଉତ ,ଗୋବିନ୍ଦ ପଟନାୟକ ,ପରମା ନନ୍ଦ ସିଟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନୀଳମଣି କଠାର,ପ୍ରଭାତ ମେହେର, ଶିବ ରେଡି,ରାଜେଶ ଲହରିଆ, ଆକାଶ ନାଏକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ