Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଲେଜ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳ ଖେଲୁଛନ୍ତି ରାଜ୍ୟ ସରକାର

ସମ୍ବଲପୁର:ଗତ ଦିନ ଏଠାରେ ୫ଟି ଅଧ୍ୟକ୍ଷଙ୍କ ଏକ କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସମେତ ଅନେକ ଗୁଡ଼ିଏ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କୁ ବଳପୂର୍ବକ ବ୍ଯବହାର କରାଯିବାକୁ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ପକ୍ଷରୁ ନିନ୍ଦା କରାଯାଇଛି । ଆଜି ଏବିଷୟରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏହା ଉତ୍ଥାପିତ କରାଯାଇଥିଲା । ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ଯାଲୟ ଠାରେ ଆୟୋଜିତ ଏହି ସଭାରେ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଶ୍ବିନୀ ମାଝୀ କହିଛନ୍ତି ଯେ ରାଜ୍ୟ ସରକାର ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି । ତାଙ୍କର ରାଜନୈତିକ ସଭାରେ ଏମାନଙ୍କୁ ସାମିଲ କରିବା ପାଇଁ ସେମିଷ୍ଟର ପରୀକ୍ଷା ତାରିଖ ମଧ୍ୟ ଘୁଞ୍ଚାଇବାକୁ କୁଣ୍ଠାବୋଧ କରୁ ନାହାନ୍ତି, ଯାହାକି ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ରେ ଏଥର ସ୍ପଷ୍ଟ ରୂପେ ଦେଖାଦେଇଛି । ଏବିଷୟରେ ବିରୋଧ ପ୍ରଦର୍ଶନ କରିବା ପାଇଁ ଆୟୋଜନ କରୁଥିବାରୁ ସେଠାକାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟ ମାନଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା ।‌ ଏପରି କାର୍ଯ୍ୟାନୁଷ୍ଠାନ ଫଳ ରେ ସେମାନଙ୍କ ବାଚନିକ ସ୍ବତନ୍ତ୍ରତା ପରି ସାମ୍ବୈଧାନିକ ଅଧିକାର କ୍ଷୁର୍ଣ୍ଣ କରାଯାଇଛି, ଯାହାକି ଗଣତନ୍ତ୍ରର ପରିପନ୍ଥୀ ବୋଲି ସେ କହିଛନ୍ତି । ଏବିଷୟରେ ଯଥାସମ୍ଭବ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର ବିମର୍ଶ କରାଯାଉଛି ଓ ଆଗାମୀ ଦିନରେ ପୁଲିସ ଥାନାରେ ଏହାକୁ ନେଇ ଏକ ମାମଲା ରୁଜୁ କରାଯିବ । ବିଗତ ଦିନରେ ସରକାର ନିଜର ରାଜନୈତିକ ଫାଇଦା ପାଇଁ ସରକାରି ଅଧିକାରୀ କର୍ମଚାରୀ ଙ୍କୁ ନିୟୋଜିତ କରୁଥିଲେ । ବର୍ତ୍ତମାନ୍ ବିଦ୍ୟାଳୟ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ଯ ଦଳୀୟ ସ୍ଵାର୍ଥ ପାଇଁ ବ୍ୟବହାର କରିବା ନିନ୍ଦନୀୟ n ଦୀର୍ଘ ୨୪ ବର୍ଷେକାଳ ନିରନ୍ତର ନିରଙ୍କୁଶ ଶାସନ ପରେ ଯଦି ରାଜ୍ୟରେ ଶାସକ ଦଳର ପାଖରେ ଜନ ସମର୍ଥନ ର ଅଭାବ ରହିଛି, ତା’ହେଲେ ସେମାନେ ଆତ୍ମସମୀକ୍ଷା କରିବା ଉଚିତ ।
ସାମ୍ୱାଦିକ ସମ୍ମିଳନୀରେ ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସାମ୍ୱାଦିକ ଙ୍କୁ ସ୍ୱାଗତ କରିବା ସାଙ୍ଗେ ବିଷୟବସ୍ତୁ ସମ୍ପର୍କ ରେ ସଂକ୍ଷିପ୍ତ ବିବରଣୀ ଦେଇଥିଲେ । ଶେଷରେ ବିଜେପି ଯୁବ ମୋର୍ଚ୍ଚା ଆଇନ୍ ପ୍ରକୋଷ୍ଠ ର ରାଜ୍ଯ ସହ ସଂଯୋଜକ ଦିନେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।