Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଇଟ୍ ଫେଷ୍ଟିଭାଲ୍:ଫେସନ ସୋ, ସାଂସ୍କୃତିକ ବିଚିତ୍ରାରେ ଦୁଲୁକିଲା ଫୋର୍ ଗ୍ରାଉଣ୍ଡ

ସମ୍ବଲପୁର:ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସମ୍ବଲପୁର ୟୁଥ୍ ପକ୍ଷରୁ ଦୁଇ ଦିନିଆ କାଇଟ୍ ଫେଷ୍ଟିଭାଲ୍ ଆୟୋଜିତ ହୋଇ ଯାଇଛି । ଗତ କାଲି ରବିବାର ପ୍ରଥମ ଦିନରେ ଶିଶୁ କିଶୋର ଓ ଯୁବକ ଯୁବତୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ମାନ ଆୟୋଜିତ ହୋଇଥିଲା । ନୃତ୍ୟ, ସୁନ୍ଦରୀ ପ୍ରତିଯୋଗିତା, କ୍ରାଫ୍ଟ, ଚିତ୍ରାଙ୍କନ୍, ରଙ୍ଗୋଲି, ସେଲ୍ଫି ,ଉଦ୍ଘୋଷକ ଭଳି ବିବିଧ କ୍ଷେତ୍ର ରେ ଉଭୟ କନିଷ୍ଠ ଓ ବରିଷ୍ଠ ବିଭାଗରେ ପ୍ରତିଯୋଗୀତା ହୋଇଥିଲା । ପାଞ୍ଚ ଶହରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଏହି ବିବିଧ ପ୍ରତିଯୋଗୀତା ମାନଙ୍କରେ ଅତି ଉତ୍ସାହ ସହକାରେ ଭାଗ ନେଇଥିଲେ ।
ଆଜି ଦ୍ୱିତୀୟ ଦିନ ତଥା ପବିତ୍ର ମକର ସଂକ୍ରାନ୍ତିରେ ସକାଳେ ବରଗଡ ସାଂସଦ ସୁରେଶ ପୂଜାରୀ ଇଷ୍ଟଦେବୀ ମାଁ ସମଲେଶ୍ବରୀଙ୍କ ପୂଜା ପରେ ବହୁଭାଷୀ ନୃତ୍ୟ ସଂଗୀତ ସହ ସାମୁହିକ ବେଲୁନ ଓ ଗୁଡ଼ି ଉଡେଇ ଶୁଭ ଉଦଘାଟନ କରିଥିଲେ। ସନ୍ଧ୍ୟାରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।
ଚଳିତ ବର୍ଷ ବିବିଧ କ୍ଷେତ୍ରରେ କୃତି ଅର୍ଜନ କରିଥିବା ସୁନାମଧାନ୍ୟ ସଙ୍ଗୀତଜ୍ଞ, ନୃତ୍ୟ ଶିଳ୍ପୀ, ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଙ୍କୁ ମଧ୍ୟ ସମ୍ନାନିତ କରାଯାଇଥିଲା । ଚଳିତ ବର୍ଷ ୟୁଥ୍ ଆଇକନ୍ ଭାବରେ ଦୁର୍ଗା ପ୍ରସାଦ ଦାଶ ଙ୍କୁ ଲୋକ ନୃତ୍ୟ ଲୋକ ସଙ୍ଗୀତ ପ୍ରଚାର ପ୍ରସାର ପାଇଁ, ନବ ମହୋତ୍ତମ ଙ୍କୁ ଲୋକ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଭାବରେ, ବିରୁପାକ୍ଷ ପ୍ରଧାନ ଙ୍କୁ
ନାଟ୍ୟକାର ଓ ନିର୍ଦ୍ଦେଶନା ପାଇଁ ଓ ଦେବାଶିଷ ପ୍ରଧାନ ଙ୍କୁ ଚିତ୍ରକଳା ପାଇଁ ସମ୍ମାନୀତ କରାଯାଇଥିଲା । ସେହି ପରି ସାମାଜିକ ସମାଜ ସେବା ପାଇଁ ସମ୍ବଲ୍, ଯୁବ ଉଦୟନ ଓ ଏବିସିଡି ଚେରିଟେବୁଲ ଟ୍ରଷ୍ଟ ଅନୁଷ୍ଠାନକୁ ସମ୍ମାନୀତ କରାଯାଇଥିଲା ।
କାଇଟ ଫେଷ୍ଟିଭାଲ ଙ୍କୁ ସଫଳତା ର ସହିତ ଆୟୋଜନ କରିବା ପାଇଁ ସମ୍ବଲପୁର ୟୁଥ୍ ର ସଭାପତି ରିକନ ପଟ୍ଟନାୟକ ଙ୍କ ସହିତ ପ୍ରେମାନନ୍ଦ ମହାକୁଡ, ଦଶରଥ ମେହେର, ବିକାଶ ଭୋଇ, ଅନିରୁଦ୍ଧ ଶର୍ମା, ରାହୁଲ୍ ଗୁପ୍ତା, ପର୍ଶୁରାମ ପଣ୍ଡା, ତାପସ ପଣ୍ଡା, ସ୍ୱାଗତ ଘଡେ଼ଇ, ରାମାସିଶ ତ୍ରିପାଠୀ, ମାନସ ରଞ୍ଜନ ବକ୍ସି, ସ୍ୱାଗତ ପାଢ଼ୀ, ପ୍ରିତିନନ୍ଦା କର ପ୍ରମୁଖ ବିଭିନ୍ନ ବିଭାଗ ର ସଂଯୋଜକ ଦାୟିତ୍ଵ ତୁଲାଇଥିଲେ । ଲିପୁନ ମହାପାତ୍ର, ତାପସ ପଣ୍ଡା, ଦେବାଶିଷ ପ୍ରଧାନ, ରାକେଶ ରାଉତ୍, ନୀଳକଣ୍ଠ ମେଶୁଆ, ସୁଜିତ୍ ବେହେରା, ଦେବେନ୍ଦ୍ର ସାହୁ ପ୍ରମୁଖ ବିଭିନ୍ନ ଦାୟିତ୍ୱରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories