Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୁର୍ବରୁ ସମ୍ବଲପୁର ବିଜେପି ପକ୍ଷରୁ ମନ୍ଦିର ସଫେଇ ଅଭିଯାନ

ସମ୍ବଲପୁର:ଆସନ୍ତା ୨୨ ତାରିଖ ରେ ଉତ୍ତରପ୍ରଦେଶ ର ଅଯୋଧ୍ୟା ଠାରେ ନବନିର୍ମିତ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ଏହା କୁ ନେଇ ସମଗ୍ର ଦେଶରେ ଏକ ଆଧ୍ୟାତ୍ମିକ ଓ ଉତ୍ସାହ ର ବାତାବରଣ ପରିଲକ୍ଷିତ ହେଉଛି । ଜାତି, ବର୍ଣ୍ଣ, ଭାଷା, ପ୍ରାନ୍ତୀୟ ବିଚାରଧାରା ଉର୍ଦ୍ଧକୁ ଉଠି ସମସ୍ତ ଦେଶବସୀ ଏହାକୁ ଏହି ଦିନଟିକୁ ଏକ ଐତିହାସିକ ଦିନ ଭାବରେ ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଦେଶର ସମସ୍ତ ମଠ ମନ୍ଦିର ରେ ପୂଜାର୍ଚ୍ଚନା, ଭଜନ କୀର୍ତ୍ତନ, ପ୍ରସାଦ ବଣ୍ଟନ ହେବା ସହିତ ସମସ୍ତ ଘରେ ଦିପୋତ୍ସବ ପଲନ କରିବା ପାଇଁ ଲୋକେ ପ୍ରସ୍ତୁତିମାନ ଆରମ୍ଭ କଲେଣି । ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ଆହ୍ବାନ କ୍ରମେ ଦେଶ ର ସମସ୍ତ ମନ୍ଦିର କୁ ସଫାସୁତୁରା କରାଯାଉଛି । ୧୩ ରୁ ୧୯ ସପ୍ତାହେ ବ୍ୟାପି ସମସ୍ତ ଅଞ୍ଚଳ ରେ ରହିଥିବା ମନ୍ଦିର ଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ କରାଯାଉଛି । ଏହି ମର୍ମରେ ଆଜି ସମ୍ବଲପୁର ବିଜେପି ପକ୍ଷରୁ ବିଭିନ୍ନ ମନ୍ଦିର ଗୁଡିକରେ ସଫେଇ ଅଭିଯାନ କରାଯାଇଛି ।
ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗିରିଶ ପଟେଲ ଙ୍କ ନେତୃତ୍ୱରେ ସ୍ଥାନୀୟ ବୃକ୍ହିଲ ସ୍ତିତ ଶ୍ରୀରାମ ମନ୍ଦିର ରେ ସାଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ଭିତରେ ଓ ବାହାରେ ରହିଥିବା ଅଳିଆ ଆବର୍ଜ୍ଜନା କୁ ଫିଙ୍ଗା ଯାଇ ପାଣି ରେ ଧୁଆ ଯାଇଥିଲା । ଜିଲ୍ଲା ର ବିଭିନ୍ନ ମଣ୍ଡଳ ରେ ଆଜି ଏହି ସଫେଇ ଅଭିଯାନ କାର୍ଯ୍ୟକ୍ରମ କରାଯାଇଛି ।
ସାକ୍ଷୀଗୋପିନାଥ ମଣ୍ଡଳ ର ଆଜିର ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ସରୋଜ କୁମାର ଘଡେଇ, ଶିବ କୁମାର୍ ଅଗ୍ରୱାଲ, କର୍ଣ୍ଣେଲ ପ୍ରଭାତ ପଣ୍ଡା, ମାନସ ରଞ୍ଜନ ବକ୍ସି, ଅଶ୍ଵିନୀ ମାଝୀ, ପ୍ରଦିପ କୁମାର ବେହେରା, ଟୁକୁ ମହାନ୍ତି, ଫଣ୍ଟୁସ ଅଗ୍ରୱାଲ, ଶିବ ନାରାୟଣ ସୋନି, ଯୁଗଳ ରେଡ୍ଡୀ, ଟେକଧର କର ପ୍ରମୁଖ ସାମିଲ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ