Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିରସିଙ୍ଗଗଡ ଓ ଛାମୁଣ୍ଡା ପଞ୍ଚାୟତରେ ସ୍ୱାସ୍ଥ୍ୟ ଶିବିର

ସମ୍ବଲପୁର(ଯୁଯୋମୁରା ): ଯୁଯୋମୁରା ବ୍ଲକର ବିରସିଙ୍ଗଗଡ ପଞ୍ଚାୟତର ଇଚ୍ଛାପାଳ ଓ ଛାମୁଣ୍ଡା ପଞ୍ଚାୟତର ବଡମାଲ ଠାରେ ୨ଟି ସ୍ୱାସ୍ଥ୍ୟ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏମସିଏଲ ଓ ବାଏଫ ପକ୍ଷରୁ ଏହା ଆୟୋଜିତ ହୋଇଥିଲା। ଏହି ସ୍ୱାସ୍ଥ୍ୟ ଶିବିରରେ ୧୨୫ରୁ ଉର୍ଦ୍ଧ୍ବ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନିଶୁକ୍ଲ ଔଷଧ ବଣ୍ଟନ କରାଯାଇଥିଲା। ଶିବିରରେ ଡା.ରାଜାରାମ ଷଡଙ୍ଗୀ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ପରାମର୍ଶ ଦେଇଥିଲେ । ବାଏଫର ପୋଗ୍ରାମ ଅଫିସର ପବନ କୁମାର ବଟକଙ୍କ ନେତୃତ୍ୱରେ ଏହା ଅନୁଷ୍ଠିତ ହୋଇଥବା ବେଳେ ଏହାକୁ ପିଓ ମୃତ୍ୟୁଞ୍ଜୟ ପ୍ରଧାନ,ଏସବିଆଇ ଫେଲୋସିଫ ଅଶେୟ ଶ୍ରୀବାସ୍ତବ ପରିଚାଳନା କରିଥିବା ବେଳେ ସିଆରପି ଅନିଲ ପ୍ରଧାନ,ପ୍ରଭାତୀ ନାଏକ ଏଥିରେ ସହଯୋଗ କରିଥିଲେ।ଅଣ ସଂକ୍ରମିତରେ ପିଡିତ ମଧୁମେହ, ରକ୍ତଚାପ,କର୍କଟ ପ୍ରଭୃତି ପିଡିତଙ୍କୁ ଚିହ୍ନଟ କରାଯାଇ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ସେବନ କରିବାକୁ ଶିବିରରେ ପରାମର୍ଶ ଦିଆଯାଇଥିଲା ।