Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ମହାନଗର ନିଗମ ସମସ୍ୟାକୁ ନେଇ ଶ୍ୱେତପତ୍ର ଜାରି ଦାବି

ସମ୍ବଲପୁର :ଓଡିଶା ପ୍ରଦେଶରେ ଚାଲିଥିବା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପରିପେକ୍ଷିରେ ହେଉଥିବା ଜୟ ଜଗନ୍ନାଥ ଅର୍ପଣ ରଥ କାର୍ଯ୍ୟକ୍ରମରେ କୋଟି କୋଟି ଅର୍ଥ ବ୍ୟୟ କରାଯାଉଥିବା ବେଳେ ସମ୍ବଲପୁର ଜିଲ୍ଲା ତଥା ବିଶେଷ ଭାବରେ ସମ୍ବଲପୁର ମହାନଗର ନିଗମ ଅଂଚଳରେ ଯେଉଁ ଅବ୍ୟବସ୍ଥା ଚାଲିଛି ତାହା ଦୁର୍ଭାଗ୍ୟ ଜନକ ବିଷୟ l ଏହି କାର୍ଯ୍ୟକ୍ରମ ବ୍ୟାପକ ଦୁର୍ନୀତି ହେଉଥିବା ବିଷୟ ସାଧାରଣ ରେ ଚର୍ଚ୍ଚା ହେଉଛି l ସେହି ଉଦ୍ୟେଶ୍ୟ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଙ୍କୁ ଏକ ସ୍ମାରକ ପତ୍ର ସକ୍ଷମ ଅନୁଷ୍ଠାନ ପକ୍ଷରୁ ସୂର୍ଯ୍ୟ ପାଣିଗ୍ରାହୀ, ଦେଓକିରଣ ପଟ୍ଟନାୟକ ଓ ଯୋଗେଶ ନନ୍ଦ ପ୍ରମୁଖ ପ୍ରଦାନ କରି ଏହି ବିଷୟରେ ସବିଶେଷ ଆଲୋଚନା କରି, ଏହି ମର୍ମରେ ଏକ ଶ୍ୱେତପତ୍ର ଜାରି କରିବାକୁ ଦାବି ଜଣାଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ