ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ସମ୍ବଲପୁର ମହାନଗର ନିଗମ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର


ସମ୍ବଲପୁର:ଆସନ୍ତା ୨୨ ତାରିଖ ରେ ଅଯୋଧ୍ୟା ଠାରେ ନବନିର୍ମିତ ଶ୍ରୀରାମ ମନ୍ଦିର ରେ ବିଗ୍ରହ ସ୍ଥାପନ ଓ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ଏହାକୁ ନେଇ ଦେଶ ବ୍ୟାପି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଵିବିଧ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପକ୍ଷରୁ ରାଜ୍ୟ ସ୍ତରୀୟ, ଜିଲ୍ଲା ସ୍ତରୀୟ, ବ୍ଲକ, ମ୍ୟୁନିସିପାଲିଟି, ମହାନଗର ନିଗମ ସ୍ତରୀୟ ଶାଖା ର ଗଠନ କରାଯାଇ ଜନଜାଗରଣ ଓ ଜନସଚେତନତା କାର୍ଯ୍ୟକ୍ରମ କରାଯାଉଛି ।
ଏହି ମର୍ମରେ ଆଜି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳ ଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ଦୁଇ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି ।
ଶ୍ରୀଜଗନ୍ନାଥ ପରିକ୍ରମା ର ଶୁଭ ଉଦଘାଟନ ପାଇଁ ରାଜ୍ୟ ସରକାର ୧୭ ତାରିଖ ରାଜ୍ୟ ରେ ଛୁଟି ଘୋଷଣା କରିଛନ୍ତି । ତେଣୁ, ଅନୁରୂପ ଭାବେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ର ଶୁଭ ଅବସରରେ ଆସନ୍ତା ୨୨ ତାରିଖ କୁ ମଧ୍ୟ ରାଜ୍ୟ ସରକାର ଛୁଟି ଘୋଷଣା କରନ୍ତୁ ବୋଲି ଶାଖା ଦାବୀ କରିଛି । ଏହା ସହିତ ସେହି ଦିନ ରାଜ୍ୟ ରେ ମାଛ, ମାଂସ ଓ ମଦ ବିକ୍ରୀ କୁ ମଧ୍ୟ ନିଷେଧ କରାଯାଉ ବୋଲି ଶାଖା ପକ୍ଷରୁ ଆହୁରି ମଧ୍ଯ ଦାବୀ କରାଯାଇଛି ।
ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ସମ୍ବଲପୁର ମହାନଗର ନିଗମ ଶାଖା ର ମୂଖ୍ୟ ସଂଯୋଜକ ଦାମୋଦର କର ଙ୍କ ନେତୃତ୍ବ ରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ର ରାମ କୃଷ୍ଣ ନାୟକ, ବିଶ୍ୱ ହିନ୍ଦୁ ପରିଷଦ ର ବିପିନ ଗଡ଼ନାୟକ ଓ ସତ୍ୟ ଥନାପତି, ବଜରଙ୍ଗ ଦଳ ର ରାମ ଚନ୍ଦ୍ର ନାଏକ ଆଜି ସମ୍ବଲପୁର ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ସମସ୍ତ ବିଷୟ ଆଲୋଚନା କରି ଦାବି ପତ୍ର ପ୍ରଦାନ କରିଥିଲେ ।