ମନ୍ଦିର ସଫେଇରେ ବିଜେପି ଆଗରେ

ସମ୍ବଲପୁର:ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପୁର୍ବରୁ ସମ୍ବଲପୁର ସହର ର ବିଭିନ୍ନ ମନ୍ଦିର ସଫେଇ କାର୍ଯ୍ୟରେ ଦିପାଦ ଆଗରେ ଅଛି ବିଜେପି।ସ୍ଥାନୀୟ ବାଲିବନ୍ଧା ଠାରେ ଥିବା ଶ୍ରୀ ଶ୍ରୀ ଶ୍ରୀ ସୋମନାଥ ମନ୍ଦିର ରେ ଆଜି ସଫେଇ ଅଭିଯାନ କରାଯାଇଛି । ବିଜେପି ମହାନଦୀ ମଣ୍ଡଳ ପକ୍ଷରୁ ମଣ୍ଡଳ ସଭାପତି ସୁଶାନ୍ତ କୁମାର ପୁରୋହିତଙ୍କ ନେତୃତ୍ବରେ ହୋଇଥିବା ଏହି ବିଶେଷ କାର୍ଯ୍ୟକ୍ରମରେ ଅନିଲ ବେହେରା, ଫଣି ଭୂଷଣ ମିଶ୍ର, ସମିର ରଞ୍ଜନ ବାବୁ, ସୁବ୍ରତ ପାଣିଗ୍ରାହି, ସୁଧାଂଶୁ ବେହେରା, ସୋମିକ ବାବୁ, ପ୍ରଦୀପ ସୂପକାର, ସୁନିଲ ମହାରଣା, ଲକ୍ଷ୍ମୀ ପ୍ରିୟା ଜେନା ପ୍ରମୁଖ ସାମିଲ ଥିଲେ ।ଏହି କାର୍ଯ୍ୟକ୍ରମ ଅବ୍ୟହତ ରହିବ ବୋଲି ବିଜେପି କହିଛି।