Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା ସପ୍ତାହ ଉଦଘାଟିତ:ଜଗନ୍ନାଥ ସଂସ୍କୃତି ଆଲୋଚନା ଅନୁଷ୍ଠିତ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ମଙ୍ଗଳବାର ନୂଆ ଓ କାର୍ଯ୍ୟକ୍ରମ ଅନୁଯାୟୀ ସପ୍ତାହ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଆଧାରିତ ବହୁମୁଖି ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଏହି ବାର୍ଣାଢ୍ୟ ଉତ୍ସବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବରେ ଯୋଗଦେଇ ଶ୍ରୀଜଗନ୍ନାଥ ଓ ମା” ସମଲେଶ୍ଵରୀଙ୍କ ପ୍ରତୀମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ।ସେତାଙ୍କ ଭାଷଣରେ ଜଗନ୍ନାଥ ସଂସ୍କୃତିରେ ବିଶ୍ଵ ଜଗତକୁ ଏକ ପରିବାର ଦୃଷ୍ଟିରେ ଦେଖେ ବୋଲି ବିଭିନ୍ନ ଉଦାହରଣ ଦେବା ସହ ପଞ୍ଚସଖା ଯୁଗରେ ଜଗନ୍ନାଥ ଚେତନା ଶୀର୍ଷରେ ପହଞ୍ଚିଥିଲା ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କବୀୟତ୍ରୀ ରଜନୀ ପଟେଲ ଓ ସସ୍ମିତା ପଟେଲ ଶ୍ରୀଜଗନ୍ନାଥ ସଂସ୍କୃତି ସଂପର୍କରେ ଉଦବୋଧନ ଦେବା ସହ ସ୍ବରଚିତ କବିତା ପାଠ କରିଥିଲେ। ବରିଷ୍ଠ ଅଧ୍ୟାପକ ଅଧିକାରୀ ସାହୁ ସଭା ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପିକା ସୁଚେତା ନାୟକ ସ୍ୱାଗତ ଭାଷଣ ସହ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ସୂଚନା ଦେଇଥିଲେ। ଶେଷରେ ଓଡ଼ିଆ ଅଧ୍ୟାପିକା ସସ୍ମିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।