Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ଶିଶୁ ଙ୍କୁ କୂଅ କୁ ଠେଲି ହତ୍ୟା ଘଟଣା: ମାକୁ ୮ ଓ ବାପାକୁ ୫ ବର୍ଷ କାରାଦଣ୍ଡ ଶୁଣାଇଲେ କୋର୍ଟ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ଅଞ୍ଚଳରେ ୨୦୨୧ ଜୁଲାଇ ୧୭ ତାରିଖ ଦିନ ଏକ ଲୋମହର୍ଷଣ କାରୀ ଘଟଣା ଘଟିଥିଲା, ଏହି ମାମଲାର ରାୟ ମଙ୍ଗଳବାର ଦିନ ବାଲିଗୁଡାର ଅତିରିକ୍ତ ଜିଲ୍ଲା ଜଜ ଦିଲ୍ଲୀପ କୁମାର ବିଶ୍ଵାଳ ଶୁଣାଇଛନ୍ତି । ପ୍ରକାଶ ଯେ, ସ୍ବାମୀର ପରକୀୟ ପ୍ରୀତି ରେ ସ୍ତ୍ରୀ ଲୋମହର୍ଷଣକାରୀ ଘଟଣା ଘଟାଇଥିଲା । ଦୁଇ ଶିଶୁ ଙ୍କୁ କୂଅ କୁ ଠେଲି ହତ୍ୟା କରିଥିଲା ମା ଭାଗ୍ୟ ଲକ୍ଷ୍ମୀ ପାତ୍ର, ସେଥିପାଇଁ ତାଙ୍କୁ ୮ ବର୍ଷ ସଶ୍ରମ କାରାଦଣ୍ଡ ସହ ଦୁଇ ହଜାର ଟଙ୍କା ଜୋରିମାନା ହୋଇଛି ଏବଂ ବାପା ଏମ.ରାଜେଶ ପାତ୍ର ସ୍ତ୍ରୀକୁ ନିର୍ଯ୍ୟାତନା ଦେବା ଏବଂ ଆତ୍ମ ହତ୍ୟା କରିବା ପାଇଁ ବାଧ୍ୟ କରାଇବା ଅଭିଯୋଗରେ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ କୋଡିଏ ହଜାର ଟଙ୍କା ଜୋରିମାନା ହୋଇଛି । ନଅ ବର୍ଷର ଝିଅ ବୈଷ୍ଣବୀ ଏବଂ ଚାରି ବର୍ଷ ର ପୁଅ ଯୁବରାଜ ଙ୍କୁ କୂଅ ରେ ପକାଇ ହତ୍ୟା କରିବା ଘଟଣାରେ ଭାଗ୍ୟଲକ୍ଷ୍ମୀ ପାତ୍ର ଙ୍କ ଭାଇର ଅଭିଯୋଗ କୁ ଭିତ୍ତି କରି ରାଇକିଆ ଥାନା କେଶ ନଂ. ୭୧/୨୧ ରେ ଭାଗ୍ୟ ଲକ୍ଷ୍ମୀ ଓ ଏମ. ରାଜେଶ ଙ୍କୁ ଗିରଫ କରିଥିଲା ପୁଲିସ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ