Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀ ମନ୍ଦିର ପରିକ୍ରମା ସିଧା ପ୍ରସାରଣ ଦେଖିଲେ କୋକସରା ବ୍ଲକ ର ଜନସାଧାରଣ।

କୋକସରା:୧୭/୦୧ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଲୋକାର୍ପିତ ହୋଇଯାଇଛି। ଏହି ଭବ୍ୟ କାର୍ଯ୍ୟକ୍ରମ ପାଇଁ ଆଜି ସାରା ଓଡ଼ିଶାରେ ଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ପୁରୀ ବଡଦାଣ୍ଡ ସମେତ ରାଜ୍ୟର କୋଣ ଅନୁକୋଣରେ ଥିବା ଜଗନ୍ନାଥ ମନ୍ଦିରରେ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କ୍ରମରେ କୋକସରା ବ୍ଲକ କାର୍ଯ୍ୟାଳୟ ସମେତ ୨୨ ପଞ୍ଚାୟତ ରେ ପୁରୀ ରେ ଅନୁଷ୍ଠିତ ହୋଇଥିବା ଶ୍ରୀ ଜଗନ୍ନାଥ ପରିକ୍ରମା ର ସିଧା ପ୍ରସାରଣ ଦେଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରା ଯାଇଥିଲା। କୋକସରା ବ୍ଲକ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝି ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ପଞ୍ଚାୟତ ଜନ ପ୍ରତିନିଧି ଓ ମିଶନ ଶକ୍ତି ମହିଳା କର୍ମଚାରୀ,ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ଙ୍କ ସହ ପ୍ରଥମେ ଶ୍ରୀ ଜଗନ୍ନାଥ ଙ୍କ ପ୍ରତିମା ରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ।।ପରେ କଟକ ର ସିଙ୍ଘମ ଗ୍ରୁପ ଦ୍ୱାରା ଜଗନ୍ନାଥ ଙ୍କ ଉପରେ ଆଧାରିତ ବନ୍ଦନା, ଗଣେଶ ବନ୍ଦନା, ଶିଵ ତାଣ୍ଡବ ଉପରେ ନୃତ୍ୟ ପରିବେଷଣ କରିଥିଲେ। କାଶିବାହଲମା ମଙ୍ଗଲା ଘୁମୁରା ଦଳ ଶ୍ରୀ ମନ୍ଦିର ପରିକ୍ରମା ଉପରେ ଘୁମୁରା ନୃତ୍ୟ ପରିବେଷଣ କରିଥିଲେ।ପରେ ପୁରୀ ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ମନ୍ଦିର ପରିକ୍ରମା ଲୋକାର୍ପଣ ର ସିଧା ପ୍ରସାରଣ ଏଲଇଡି ମାଧ୍ୟମରେ ଉପସ୍ଥିତ ଜନସାଧାରଣ ଦେଖିଥିଲେ।କାର୍ଯ୍ୟକ୍ରମ କୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ପରିଚାଳନା କରିଥିଲେ।