Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ବିଜେପି ପକ୍ଷରୁ ମନ୍ଦିର ସଫେଇ ଅଭିଯାନ

ସମ୍ବଲପୁର:ଆସନ୍ତା ୨୨ ତାରିଖ ରେ ଉତ୍ତରପ୍ରଦେଶ ର ଅଯୋଧ୍ୟା ଠାରେ ନବନିର୍ମିତ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ଏହା କୁ ନେଇ ସମଗ୍ର ଦେଶରେ ଏକ ଆଧ୍ୟାତ୍ମିକ ଓ ଉତ୍ସାହ ର ବାତାବରଣ ପରିଲକ୍ଷିତ ହେଉଛି । ଜାତି, ବର୍ଣ୍ଣ, ଭାଷା, ପ୍ରାନ୍ତୀୟ ବିଚାରଧାରା ଉର୍ଦ୍ଧକୁ ଉଠି ସମସ୍ତ ଦେଶବସୀ ଏହାକୁ ଏହି ଦିନଟିକୁ ଏକ ଐତିହାସିକ ଦିନ ଭାବରେ ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଦେଶର ସମସ୍ତ ମଠ ମନ୍ଦିର ରେ ପୂଜାର୍ଚ୍ଚନା, ଭଜନ କୀର୍ତ୍ତନ, ପ୍ରସାଦ ବଣ୍ଟନ ହେବା ସହିତ ସମସ୍ତ ଘରେ ଦିପୋତ୍ସବ ପଲନ କରିବା ପାଇଁ ଲୋକେ ପ୍ରସ୍ତୁତିମାନ ଆରମ୍ଭ କଲେଣି । ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ଆହ୍ବାନ କ୍ରମେ ଦେଶ ର ସମସ୍ତ ମନ୍ଦିର କୁ ସଫାସୁତୁରା କରାଯାଉଛି । ୧୩ ରୁ ୧୯ ସପ୍ତାହେ ବ୍ୟାପି ସମସ୍ତ ଅଞ୍ଚଳ ରେ ରହିଥିବା ମନ୍ଦିର ଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ କରାଯାଉଛି । ଏହି ମର୍ମରେ ଆଜି ସମ୍ବଲପୁର ବିଜେପି ପକ୍ଷରୁ ବିଭିନ୍ନ ମନ୍ଦିର ଗୁଡିକରେ ସଫେଇ ଅଭିଯାନ କରାଯାଇଛି ।
ଆଜି ସମ୍ବଲପୁର ବିଜେପି ର ମହାନଦୀ ମଣ୍ଡଳ ପକ୍ଷରୁ ସ୍ଥାନୀୟ ଝାଡୁଆପଡ଼ା ର ଶ୍ରୀ ଶ୍ରୀ ଶ୍ରୀ ବ୍ରହ୍ମପୁରା ଜଗନ୍ନାଥ ମନ୍ଦିର ଓ ଶ୍ରୀ ଶ୍ରୀ ଶ୍ରୀ ଲୋକନାଥ ବାବା ମହାଦେବ ମନ୍ଦିର ରେ ସଫେଇ ଅଭିଯାନ କରାଯାଇଛି । ଶ୍ରଦ୍ଧାଳୁମାନଙ୍କ ଦ୍ବାରା ମନ୍ଦିର ଭିତରେ ଓ ବାହାରେ ରହିଥିବା ଅଳିଆ ଆବର୍ଜ୍ଜନା କୁ ଫିଙ୍ଗା ଯାଇ ପାଣି ରେ ଧୁଆ ଯାଇଥିଲା ।
ସମ୍ବଲପୁର ବିଜେପି ର ମହାନଦୀ ମଣ୍ଡଳ ର ଆଜିର ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ସଭପତି ସୁଶାନ୍ତ କୁମାର ପୁରୋହିତ ଙ୍କ ସମେତ ଅନିଲ ବେହେରା, ସରୋଜ ଦଳପତ, ଫାଣି ଭୂଷଣ ମିଶ୍ର, ଗୋବିନ୍ଦ ଅଗ୍ରୱାଲ, ସବିତା ନନ୍ଦ, ବିଜୟଲକ୍ଷ୍ମୀ ଜେନା ସୁବୋଧ ପାଣିଗ୍ରାହି, ମାନସ ରଞ୍ଜନ ବକ୍ସି ପ୍ରମୁଖ ସାମିଲ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ