ସମ୍ବଲପୁର (ପଡିଆବାହାଲ):ଇତି ମଧ୍ୟରେ ବାହାମ ଗ୍ରାମରେ ପ୍ରାଣତ୍ୟାଗ କରିଥିବା ୩ ପରିବାରରେ ଠିଆ ହୋଇଛନ୍ତି ରେଢାଖୋଲର ପୁର୍ବତନ ବିଧାୟକ, ମନ୍ତ୍ରୀ, ସାଂସଦ ପ୍ରଶନ୍ନ ଆଚାର୍ଯ୍ୟ। ଆଜି ମଧ୍ୟାହ୍ନରେ ବାହାମ ଗ୍ରାମରେ ପହଞ୍ଚି ପ୍ରାଣତ୍ୟାଗ କରିଥିବା ଯୁବନେତା ପ୍ରୟାସ ନାଏକ, ପୁର୍ବତନ ଶିକ୍ଷକ ବିନୋଦ ବିହାରୀ ନାଥ ଓ ନାରୀ ସଶକ୍ତି କରଣ ସଂଗଠିକା ସୁନିତୀ ପଣ୍ଡା (ଝୁନୁ)ଙ୍କ ଶୋକାକୂଳ ପରିବାରରେ ପହଞ୍ଚି ସ୍ୱାନ୍ତନା ଦେବା ସହିତ ଏଭଳି ଦୁଃଖଦ ସମୟରେ ପରିବାର ବର୍ଗଙ୍କୁ ଶକ୍ତି ଓ ଧୈର୍ଯ୍ୟ ପ୍ରଦାନ କରିବାକୁ ଭଗବାନଙ୍କ ଠାରେ ପ୍ରାର୍ଥନା କରିଛନ୍ତି ।ପ୍ରାରମ୍ଭରେ ଖଲିଆପାଲି ଛକରେ ବିଜେଡି ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏହି ସାକ୍ଷାତ ସମୟରେ ଯୁବ ବିଜେଡି ରାଜ୍ୟ ସାଧାରଣ ସଂପାଦକ ହୀରାଲାଲ ବେହେରା ,ବିରେନ୍ଦ୍ର ପଶାୟତ,ରାଜକୁମର ସାହୁ,ଇସମାଇଲ ଆଜାଦ ବଢାଇ,ପ୍ରଦୀପ ପରିଡା,ଅମ୍ବରେଶ ନାୟକ,କ୍ଷୀରୋଦ ସାହୁ,ମନୋଜ ସୁବୁଦ୍ଧି,ଜଗଦିଶ ସାହୁ,ଖରାଂଶୁ ଦେବ, ପ୍ରଦୀପ ଡନସେନା,ମୁନୁ ଦୀପ,ଅତହର (ବାବୁଲାଲ୍) ହୁସେନ୍ ପ୍ରମୂଖ ଉପସ୍ଥିତ ଥିଲେ ।
ଶୋକାକୂଳ ପରିବାରକୁ ସାକ୍ଷାତକଲେ ପ୍ରଶନ୍ନ ଆଚାର୍ଯ୍ୟ
