ବିଜେପିକୁ ଆସୁଛନ୍ତି ଡଃ.ପ୍ରମୋଦ ରଥ !

ସମ୍ବଲପୁର:ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଡଃ.ପ୍ରମୋଦ ରଥ ବିଜେପିରେ ସାମିଲ ହେଉଛନ୍ତି। ପୁର୍ବତନ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି,ପୁର୍ବତନ ବିଜେଡି ଜିଲ୍ଲା ସଭାପତି ଓ ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ରୋଟାରୀ ଗଭର୍ଣ୍ଣର ଡ. ପ୍ରମୋଦ କୁମାର ରଥ ବିଜେପି ଦଳରେ ଯୋଗଦେଉଛନ୍ତି। ଆସନ୍ତା ୧୯ ତାରିଖରେ ସେ ଭୁବନେଶ୍ବର ଠାରେ ବିଜେପିରେ ଯୋଗଦାନ କରିବେ। ଆଜି ସମ୍ବଲପୁର ଠାରେ ଗଣମାଧ୍ୟମକୁ ସେ ଏଭଳି ସୁଚନା ଦେଇଛନ୍ତି।ପଶ୍ଚିମ ଓଡିଶାରେ ସ୍ୱତନ୍ତ୍ର ହାଇକୋର୍ଟ ବ୍ୟାଞ୍ଚ ପାଇଁ ସାମ୍ବାଦିକ ସମ୍ମିଳନୀ କରୁଥିବା ସମୟରେ ହଠାତ୍ ତାଙ୍କୁ ବିଜେଡି ଦଳରୁ ବହିଷ୍କାର କରିବା ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ ଗଣମାଧ୍ୟମକୁ ଜଣାଇଥିଲେ । ସେହିଦିନ ଠାରୁହିଁ ଡଃ ପ୍ରମୋଦ ରଥ ବିଜେପିରେ ଯୋଗଦେବା ନେଇ ଚର୍ଚା ଆରମ୍ଭ ହୋଇଥିଲା।ସେ ବିଜେପିରେ ଯୋଗଦେବା ପରେ ରେଢାଖୋଲ ନିର୍ବାଚନ ମଣ୍ଡଳିରୁ ପ୍ରାର୍ଥି ହେବେ ବୋଲି ବର୍ତ୍ତମାନ ଠାରୁ ଚର୍ଚା ଆରମ୍ଭ ହୋଇଛି।