ସମ୍ବଲପୁର ବିଜେପି ପକ୍ଷରୁ ଲଡୁ ତିଆରିର ହେଲା ଶୁଭାରମ୍ଭ


ସମ୍ବଲପୁର:ଆସନ୍ତା ୨୨ ତାରିଖ ରେ ଉତ୍ତରପ୍ରଦେଶ ଅଯୋଧ୍ୟା ଠାରେ ନବନିର୍ମିତ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ତାରିଖ ଘୋଷଣା ହେଲା ପର ଠାରୁ ସମଗ୍ର ଦେଶରେ ଏକ ଅଲୌକିକ, ଆଧ୍ୟାତ୍ମିକ ଓ ଭାବନାତ୍ମକ ପରିବେଶ ସୃଷ୍ଟି ହେଇଛି । ଏହି ଦିନ ଟି କୁ ସମସ୍ତେ ନିଜ ନିଜ ହିସାବ ରେ ନିଆରା ଢଙ୍ଗରେ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମନ୍ଦିର ଗୁଡ଼ିକରେ ପୂଜାର୍ଚ୍ଚନା, ଭଜନ, କୀର୍ତ୍ତନ, ପ୍ରସାଦ ବଣ୍ଟନ କାର୍ଯକ୍ରମ ସହିତ ସମସ୍ତ୍ରେ ନିଜ ନିଜ ଘରେ ଦିପୋତ୍ସବ ପାଳନ କରିବେ । ଏହା ବ୍ୟତୀତ ବହୁ ଅନୁଷ୍ଠାନ ପ୍ରତିଷ୍ଠାନ ବ୍ୟକ୍ତି ବିଶେଷ ବିବିଧ କାର୍ଯ୍ୟକ୍ରମ ମାନେ ମଧ୍ଯ ଆୟୋଜନ କରିବେ । ଏହି ମର୍ମରେ ସମ୍ବଲପୁର ବିଜେପି ସମ୍ବଲପୁର ବିଧାନସଭା କ୍ଷେତ୍ର ପକ୍ଷରୁ ୫୧ କ୍ୟୁଣ୍ଟାଲ ବୁନ୍ଦି ଲଡ଼ୁ ବଣ୍ଟନ କରିବା ପାଇଁ ନିଷ୍ପତ୍ତି ନେଇଛି । ଏଥି ପାଇଁ ଆଜି ଲଡ଼ୁ ତିଆରି ର ଶୁଭାରମ୍ଭ ହୋଇଯାଇଛି ।
ସ୍ଥାନୀୟ ଧନକଉଡ଼ା ସ୍ଥିତ ସାକ୍ଷୀଗୋପିନାଥ ମଣ୍ଡଳ ସଭାପତି ସରୋଜ କୁମାର ଘଡେଇ ଙ୍କ ବାସଭବନ ରୁ ଏହାର ଶୁଭାରମ୍ଭ ହୋଇଛି । ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗିରିଶ ପଟେଲ ପ୍ରଥମେ ବୁନ୍ଦୀ ଛାଣି ଏହାର ଆରମ୍ଭ କରିଥିଲେ । ଏହି ଭଳି ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାତ ଟି ଯାକ ମଣ୍ଡଳ ରେ ଅନୁରୂପ କାର୍ଯ୍ୟ ସମ୍ପାଦନ କରିବାକୁ ବିଜେପି ନିଷ୍ପତ୍ତି ନେଇଛି । ଏହି ପୁଣ୍ୟ ପବିତ୍ର କାମରେ ମାନସ ରଞ୍ଜନ ବକ୍ସି, ପିଣ୍ଟୁ ଓରାମ, ଯୁଗଲ ରେଡ୍ଡୀ, ପ୍ରଦିପ କୁମାର ବେହେରା, ଟେକଧର କର, ସୁରେଶ ଶର୍ମା, ଟୁକୁ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସହାୟତା ର ହାତ ବଢ଼େଇଛନ୍ତି ।