Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନପୁର ଜୁଡୋ ଏଣ୍ଡ କରାଟେ ସ୍କୁଲର ଜାତୀୟ ସ୍ତରରେ ସଫଳତା

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ରାୟଗଡା ଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ବ୍ୟାୟାମ ମହୋତ୍ସବ ପ୍ରତିଯୋଗିତା ରେ ସୋନପୁର ଜୁଡୋ ଏଣ୍ଡ କରାଟେ ସ୍କୁଲ ସଫଳତା ପାଇଛି। ଏହା ଗତ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ରାୟଗଡ଼ା ଜିଲ୍ଲା ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ସମେତ ୧୨ଟି ରାଜ୍ୟର ମୋଟ ୨୬୯ଜଣ ପ୍ରତିଯୋଗୀ ଏବଂ ୧୦୦ଜଣ ପରିଚାଳନା ଅଧିକାରୀ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତା ରେ ସୋନପୁର କରାଟେ କୋଚ୍ ସୁରଜ୍ ପୁଝାରୀ ଓ ସୁଶାନ୍ତ କୁମ୍ଭାରଙ୍କ ନେତୃତ୍ୱରେ ୩ ଜଣ ଖେଳାଳି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ୩ ଜଣ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ନିମାଇଁ ମହାକୁର ପାରମ୍ପରିକ ବ୍ୟାୟାମରେ ଗୋଟିଏ ସ୍ଵର୍ଣ୍ଣ ପଦକ, ସଙ୍ଗମ ପ୍ରସାଦ ମେହେର ଲୋକକଳା ବ୍ୟାୟାମ ଓ ପାରମ୍ପରିକ ବ୍ୟାୟାମ ରେ ୨ଟି ସ୍ଵର୍ଣ୍ଣ ପଦକ, ନିମାଇଁ ଚରଣ ମହାଲିଙ୍ଗ ୟୋଗିକ ବ୍ୟାୟାମ ଓ ଲୋକକଳା ବ୍ୟାୟାମ ରେ ୨ ଟି ସ୍ବର୍ଣ୍ଣ ପଦକ ଏପରି ସର୍ବମୋଟ ୫ ଟି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ସହିତ ନିମାଇଁ ମହାକୁର ପ୍ରଥମ ଡନ ବ୍ଲାକ୍ ବେଲ୍ଟ ହାସଲ କରିଛନ୍ତି। ଏହି ସଫଳତା ପାଇଁ ଅନୁଷ୍ଠାନ ସଭାପତି ସୁକାନ୍ତ ସାହୁ, ସ୍ଥାନୀୟ କ୍ରୀଡାବିତ ସହିତ ସୁବର୍ଣ୍ଣପୁର ସହରର ଜନସାଧାରଣଙ୍କ ମଧ୍ୟ ରେ ଖୁସିର ଲହରୀ ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ