Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଆ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ଖମ୍ବେଶରୀ ପାଲି ସ୍ଥିତ ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖମ୍ବେଶରୀ ପାଲି ଠାରେ ନୂଆ-ଓ ତରଫରୁ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ୧୬.୧.୨୪ ମଙ୍ଗଳବାର ଦିନ ଅଧ୍ୟକ୍ଷା ସୁଶ୍ରୀ ସ୍ଵପ୍ନା ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମ୍ମାନୀତ ଅତିଥି ଭାବରେ ସାଗରପାଲି ହାଇସ୍କୁଲ ର ଶିକ୍ଷକ ବନବାସ ମେହେର, ଗାଳ୍ପିକ କବି ତଥା ଲେଖକ ଯୋଗ ଦେଇଥିଲେ। ପରେ ପରେ ଜଗନ୍ନାଥ ସଂସ୍କୃତି ଓ ଜଗନ୍ନାଥ ଚେତନା ଉପରେ ଆଲୋକପାତ କରିଥିଲେ। ଦାୟିତ୍ୱରେ ଥିବା ଚୁମକି ନାୟକ ଓ କଲେଜ ର ବରିଷ୍ଠ ନାରାୟଣ ନାଏକ, ସୁମନ୍ତ କୁମାର ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ। ଆଇଟି ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ଦେବାଶିଷ ମିଶ୍ର ସଭା ପରିଚାଳନା କରିବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ