Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନ ମୁଦ୍ରଣ ପାଇଁ ଶୁଭଖୁଣ୍ଟି ସ୍ଥାପନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବଜାର ଠାରେ ନିର୍ମାଣଧିନ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନ ମୁଦ୍ରଣ ଉତ୍ସବ ପାଇଁ ପରିଚାଳନା କମିଟି ପକ୍ଷରୁ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି କୃଷ୍ଣ ମୋହନ ପାଣିଗ୍ରାହୀଙ୍କ ନେତୃତ୍ବରେ ଗୁଣ୍ଡିଚା ମନ୍ଦିର ଓ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ବିଧି ପୂର୍ବକ ମଙ୍ଗଳ କାମନା ସହ ପୂଜାର୍ଚ୍ଚନା କରି ଶୁଭଖୁଣ୍ଟି ସ୍ଥାପନ କରିଥିଲେ। ଏହି ରତ୍ନ ମୁଦ୍ରଣ କାର୍ଯ୍ୟକ୍ରମ ଚଳିତ ମାସ ଜାନୁଆରୀ ୨୬ ତାରିଖରୁ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ କରାଯିବା ପାଇଁ ସ୍ଥିର ହୋଇଥିବା ବେଳେ ଶ୍ରୀଜଗନ୍ନାଥ ପଞ୍ଚ ରାତ୍ରି ପାରାୟଣ ଓ ପ୍ରବଚନ,ଚବିଶି ପ୍ରହର ନାମ ଯଜ୍ଞ ଓ ଭିନ୍ନକ୍ଷମ ମାନଙ୍କ ପକ୍ଷରୁ ଭଜନ ସମାରୋହ କରାଯିବ।ଏହି କାର୍ଯ୍ୟକ୍ରମରେ ଇଶ୍ଵର ପଲ୍ଲୀ, କୁଡୁତୁଲି ଓ ସିର୍ତ୍ତିଗୁଡା କୀର୍ତ୍ତନ ମଣ୍ଡଳୀ ସଦସ୍ୟ ଗଣ ନଦିଆ କୀର୍ତ୍ତନରେ ସହଯୋଗ କରିଥିବା ବେଳେ ପୁରୋହିତ ରବିନ୍ଦ୍ରନାଥ ଶତପଥୀ ଓ ଶ୍ରୀଧର ତ୍ରିପାଠୀ ପୂଜକ ଭାବେ ରହିଥିଲେ l କମିଟିର ଉପ ସଭାପତି ନିର୍ମଳା ବେହର୍ଦ୍ଦଳାଇ ଓ ପଣ୍ଡିତ କୁମାର ବିଶିମାଝି, ସଂପାଦକ ଧବଳେଶ୍ଵର ପାତ୍ର, ଜିଲ୍ଲା ପରିଷଦ ସଦସ୍ଯା ଅନିତା ମଲ୍ଲିକ, ବରିଷ୍ଠ ସଦସ୍ୟ ଶ୍ୟାମ ଘନ ସାହୁ,ଗୁରୁରାମ ପାତ୍ର, ପଦ୍ମନାଭ ସାହୁ,ସୁବାସ ଚନ୍ଦ୍ର ବିଶିମାଝି, କୈଳାସ ମହାପାତ୍ର,ହୃଷୀକେଶ ପାଢ଼ୀ,ସୁବାସ ଚନ୍ଦ୍ର ମହାରଣା,ରଞ୍ଜିତ କୁମାର ପଣ୍ଡା, କୋଷାଧ୍ୟକ୍ଷ ପ୍ରଭାତ କୁମାର ପାଣିଗ୍ରାହୀ, ରଞ୍ଜିତ କୁମାର ମାଝି,ବ୍ରଜ କିଶୋର ସାହୁ,ବିଜୟ କୁମାର ସାହୁ, ଚିତ୍ତରଞ୍ଜନ ପାତ୍ର, ମନୋଜ କୁମାର ସାହୁଙ୍କ ସମେତ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ