Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସଂକ୍ରାନ୍ତି ରେ ମା କ୍ଷେତ୍ରପାଳ ଙ୍କ ପୀଠଉତ୍ସବ ମୁଖର।

ହାଟଡିହି(୧୯/୦୮) ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ମାଆ କ୍ଷେତ୍ର ପାଳ ପୂଜା ଅର୍ଚ୍ଚନା ସମ୍ପନ୍ନ। ହାଟଡିହି ପଞ୍ଚାୟତ ମଠ ତରଗଡିଆ ଗାଁ ନିକଟ ରେ ଗ୍ରାମ ଦେବତୀ ପୀଠରେ ମାଆଙ୍କ ର ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ମୁଖ୍ୟ ପୁରୋଧା ବିନୋଦ କୁମାର ସାମଲ ରହିଥିବା ବେଳେ ମୁଖ୍ୟ ପୂଜକ ଦନେଇ ଦେହୁରୀ ମାଆଙ୍କ ପୂଜା ବିଧି ସମ୍ପର୍ଣ୍ଣ କରିଥିଲେ। ସଂକୀର୍ତ୍ତନ ମଣ୍ଡଳୀ ପହଞ୍ଚି ସଂକୀର୍ତ୍ତନ କରିଥିଲେ। ଏଥିରେ ମୁଖ୍ୟ ଶ୍ରୀ ନନ୍ଦନ କିଶୋର ମଳିକ, ମଣି ଭଦ୍ର ଜେନା,କଳା କୃଷ୍ଣ କୁଅଁର, ଅନନ୍ତ ଚରଣ ମୁଦୁଲି, ଶ୍ୟାମସୁନ୍ଦର ସା, ନବଘନ ସା, ସୁରେନ୍ଦ୍ର ଘଡେ଼ଇ, ପୁରୁଷୋତ୍ତମ ବେହେରା, କୈଳାସ ଚନ୍ଦ୍ର ରାଉତ, ମଧୁସୂଦନ ନାୟକ, ଜୀତେନ୍ଦ୍ର ସାହୁ, ଫକୀର ପରିଡା, ଭାଗୀରଥି ସାମଲ ଓ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ ଓ ପ୍ରସାଦ ସେବନ କରିଥିଲେ।ମୁଖ୍ୟପୁରୋଧା ବିନୟ କୁମାର ସାମଲ ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତି ରେ ମାଆଙ୍କ ପର୍ବ ଧୂମଧାମରେ ପାଳନ କରିବାପାଇଁ ନିଷ୍ପତି ନେଇଛନ୍ତି ଓ ସମସ୍ତ ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତି କାମନା କରିଛନ୍ତି।