Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷା ଏକ ନିରନ୍ତର ପ୍ରକ୍ରିୟା,କିନ୍ତୁ ସୃଜନଶୀଳତା ଆତ୍ମିୟ ଅନୁଭବର ଏକ ବୌଦ୍ଧିକ ଶକ୍ତି

ସମ୍ବଲପୁର (ପଡିଆବାହାଲ):ଶିକ୍ଷା ଏକ ନିରନ୍ତର ପ୍ରକ୍ରିୟା,କିନ୍ତୁ ସୃଜନଶୀଳତା ଆତ୍ମିୟ ଅନୁଭବର ଏକ ବୌଦ୍ଧିକ ଶକ୍ତି।ପିଲାଙ୍କ ଭିତରେ ଲୁଚି ରହିଥିବା ଅନ୍ତଃର୍ନିହିତ ପ୍ରତିଭାର ବିକାଶ ଓ ପରିପ୍ରକାଶ ପାଇଁ ଏହାର ସୁଯୋଗ ସୃଷ୍ଟି କରାଗଲେ ସୃଜନଶୀଳତାର ରୂପାନ୍ତର ଅଥବା ପରିମାର୍ଜିତ ରୂପକୁ ବିସ୍ତୃତ କରିଥାଏ ବୋଲି ଆଜି ପଧାନପାଲି ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଭାଷା,ସାହିତ୍ୟ ଓ ସୃଜନଶୀଳତା ଉତ୍ସବ-୨୦୨୪ ରେ ମତ ପ୍ରକାଶ ପାଇଛି।
ଉଚ୍ଚ ବିଦ୍ୟାଳୟର ପ୍ରଦାନ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ସମାଜସେବୀ ଡା.ରାଜାରାମ ଷଡଙ୍ଗୀ ଯୋଗଦେଇ ଏଭଳି ମତପୋଷଣ କରି ପିଲାଙ୍କ ଭିତରେ ଥିବା ଗୁଣ ଓ ପ୍ରତିଭାକୁ ବିକଶିତ କରିବାକୁ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ,ଆତ୍ମନିର୍ଭରତା ଓ ଆତ୍ମ ନିୟନ୍ତ୍ରଣ ଶକ୍ତିକୁ ଉଜ୍ଜିବୀତ କରାଇବା ଦିଗରେ ସମାଜର ସବୁ ଶ୍ରେଣୀର ଲୋକମାଣଙ୍କ ଗୁରୁର୍ୱପୂର୍ଣ୍ଣ ଭୂମିକା ରହିଥିବା କହିଥିଲେ। ସଭାରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ପଣ୍ଡା ଯୋଗଦେଇ କହିଲେ ଯେ,ପ୍ରତିଟି ପିଲାଙ୍କ ଅସାଧାରଣ ସାଧନାହିଁ ସେମାନଙ୍କ ପ୍ରତିଷ୍ଠାର କାରଣ। ତେଣୁ ପିଲାଙ୍କ ଭିତରେ ସହିଥିବା ବହୁମୂଖି ପ୍ରତିଭାର ଅନ୍ୱେଷଣ କରି ସମାଜ ଆଗରେ ଥୋଇବା ଅବିଭାବକ ଓ ଶିକ୍ଷକ ସମାଜର କାମ।ଏଥିପାଇଁ ଦାୟିତ୍ୱ ଓ କର୍ତ୍ତବ୍ୟର ଯଥାର୍ଥ ନିର୍ବାହ ହିଁ ଗୌବର ସୃଜନ ଶକ୍ତି। ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ଶିକ୍ଷକ ଅଶ୍ୱନୀ କୁମାର ମିଶ୍ର,ଶ୍ରୀମତୀ ସୁବର୍ଣ୍ଣ ପଣ୍ଡା,ସାମ୍ବାଦିକ ଆଦେଶ ବାରିକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥି ମାନେ ପିଲାଙ୍କ ସୃଜନଶୀଲତାର ପ୍ରଦର୍ଶନୀ ବୁଲି ଦେଖିଥିଲେ । ସଭାରେ ଶିକ୍ଷାର୍ଥୀ ମାନେ ସେମାନଙ୍କ ମଧ୍ୟରେ ରହିଥିବା ଭାଷା,ସାହିତ୍ୟ,କଳା କୌଶଳ ପ୍ରଭୃତି ପ୍ରଦର୍ଶନ କରିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସଭା ଆରମ୍ଭରେ ଫିତା କାଟି ପ୍ରଦର୍ଶନୀ ଓ ବିଦ୍ୟାଳୟର ଅନ୍ୟତମ ପ୍ରତିଷ୍ଠାତା ସ୍ୱର୍ଗତ ଅଚ୍ୟୁତ ନାୟକଙ୍କ ପ୍ରତିବିମ୍ବରେ ଦୀପ ପ୍ରଜ୍ଜଳନ ଓ ପୁଷ୍ପମାଲ୍ୟ ଅର୍ପଣ କରି ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ ।ଏହି ଅବସରରେ କ୍ରୀଡାରେ ଚମ୍ପିଆନ ହୋଇଥିବା ବରିଷ୍ଠ ବାଳକ ବିଭାଗରେ ଚିକନ ବେହେରା,ବାଳିକା ବିଭାଗରେ ଲଭଲି ବାଗ୍, କନିଷ୍ଠ ବାଳକ ବିଭାଗରେ ରୋଷନ ଲୁଗୁନ,ବାଳିକା ବିଭାଗରେ ସଞ୍ଜିବନୀ ବାଗ୍,ସବ ଜୁନିୟର ଭାବେ ସୁରଜ ବେସନ ଓ ହାଉସ ଅଫ ଦ ଇଅୟର ଭାବେ ମହାନଦୀ ହାଉସ (ବରିଷ୍ଠ )ଓ ବ୍ରାହ୍ମଣୀ ହାଉସ(କନିଷ୍ଠ ) ଓ ୱିନର କ୍ଲବ୍ ଭାବେ ସାହିତ୍ୟ ସୃଜନୀକୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଲୁଲେନ୍ଦୁ କୁମାର ସହୁ ସଂଯୋଜନା କରିଥିବା ବେଳେ ରୁଦ୍ରନାରାୟଣ ବେହେରା,ସୁପ୍ରଭି ସା,ରିନି ଡନସେନା,ଗିରିଜା ବାଗ୍,ପ୍ରେମଶୀଳା ନାଗ୍,ପ୍ରତିଭା ଓରାମଙ୍କ ଗାଇଡରେ ମନିକା ସାହୁ,କବିତା ବେହେରା,ନଳୀନି କରାଳି,ସଞ୍ଜୁକ୍ତା ମଗର,ନିତମ୍ବିନୀ ପାଣିଗ୍ରାହୀ ,ଦୁଖି ଜୟପୁରିଆ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ପୁର୍ବାହ୍ନରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଚାଲିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ