ଦୀର୍ଘ୍ ୩୩ ବର୍ଷର ବନବାସ ପରେ ବିଚାର ପରିବାରକୁ ଫେରିଲେ ଡଃ. ପ୍ରମୋଦ ରଥ


ଭୁବନେଶ୍ଵର(ସମ୍ବଲପୁର)୩୩ ବର୍ଷ ତଳେ ଅର୍ଥାତ ୧୯୮୯, ସେତେବେଳେ ସାରା ଭାରତ ରେ ଚାଲିଥିଲା ଶ୍ରୀରାମ ଜନ୍ମଭୂମି ମୁକ୍ତି ଆନ୍ଦୋଳନ । ପଶ୍ଚିମ ଓଡ଼ିଶାର ଐତିହାସିକ, ବ୍ୟାବସାୟିକ, ସାଂସ୍କୃତିକ ପ୍ରାଣକେନ୍ଦ୍ର ସମ୍ବଲପୁର କୁ ଆସିଥିଲେ ତତ୍ କାଳୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲାଲ କୃଷ୍ଣ ଆଡଭାନୀ ଜୀ । ସମ୍ବଲପୁର ସେନ୍ ପାର୍କ ଠାରେ ଆୟୋଜିତ ହୋଇଥିଲା ଆଡଭାନୀ ଜି ଙ୍କ ସଧାରଣ ସଭା କାର୍ଯ୍ୟକ୍ରମ । ଆଡଭାନୀ ଜୀ ଙ୍କୁ ସହର ଉପକଣ୍ଠ ରୁ ଏକ ବାଇକ୍ ରେଲି କରି ପାଛୋଟି ନେଇଥିଲେ ସମ୍ବଲପୁର ର ନବଯୁବକ ମାନେ । ସେଇ ଯୁବକ ମାନଙ୍କ ନେତୃତ୍ବ ନେଉଥିବା ଶ୍ରୀରାମ ଭକ୍ତ ଙ୍କ ମଧ୍ୟରୁ ଜଣେ ଥିଲେ ଡ. ପ୍ରମୋଦ କୁମାର ରଥ ।
ରାଷ୍ଟ୍ରବାଦ ଓ ଭାରତୀୟ ସାଂସ୍କୃତିକ ଆନ୍ଦୋଳନ ର ବିଚାରଧାରକୁ ବହନ କରି କାର୍ଯ୍ୟରତ ପ୍ରମୋଦ ଙ୍କୁ କିନ୍ତୁ ମିଳି ନଥିଲା ପରିବାର ର ସ୍ଵୀକୃତି । ପ୍ରମୋଦ ଙ୍କ ର ଦିବଂଗତ ପିତା ଡ.ଘନଶ୍ୟାମ ରଥ ଯିଏ କି ସେ ସମୟର ଜଣେ ବରିଷ୍ଠ ଆଇନଜିବୀ ଓ ବିଶିଷ୍ଟ କଂଗ୍ରେସ ନେତା ତାଙ୍କୁ କରିଥିଲେ ବାଧ୍ୟ କଂଗ୍ରେସ ରେ ସାମିଲ ହେବାକୁ । ପାରିବାରିକ ପରମ୍ପରା, ଅନୁଶାସନ ଓ ସଂସ୍କାର ଯୋଗୁଁ ପ୍ରମୋଦ କରି ପାରି ନଥିଲେ ପିତା ଙ୍କ ନିର୍ଦ୍ଦେଶ କୁ ବିରୋଧ । ବିଜେପି ବିଚାରଧାରା କୁ ନେଇ ବିଚାର ପରିବାର ରେ କାମ କରୁଥିବା ପ୍ରମୋଦ ଙ୍କୁ ବାଧ୍ୟ ହୋଇ ବିଜେପି ଛାଡ଼ି କଂଗ୍ରେସ ରେ ଯୋଗ ଦେବାକୁ ପଡ଼ିଥିଲା ।
କଂଗ୍ରେସ ଜିଲ୍ଲା ଜିଲ୍ଲା ସଧାରଣ ସମ୍ପାଦକ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ରେ ଦୀର୍ଘ ବର୍ଷ ଧରି କଂଗ୍ରେସ କାର୍ଯ୍ଯ କଲାପରେ ୨୦୧୪ ରେ ପ୍ରମୋଦ ଯୋଗ ଦେଇଥିଲେ ବିଜୁ ଜନତା ଦଳ ରେ । ବିଜୁ ଜନତା ଦଳରେ ସମ୍ବଲପୁର ଜିଲ୍ଲା ସଭାପତି ଓ ବିରଷ୍ଠ ଉପଦେଷ୍ଟା ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି ଡ.ପ୍ରମୋଦ ରଥ ।
କଂଗ୍ରେସ ଓ ବିଜେଡ଼ି ରେ କାର୍ଯ୍ୟ କଲା ସମୟରେ ତାଙ୍କର ମାନସ ପଟଳ ରେ ରହିଥିବା ରାଷ୍ଟ୍ରବାଦ ଓ ଭାରତୀୟ ସାଂସ୍କୃତିକ ଆନ୍ଦୋଳନ ର ବିଚାରଧାର ପାଇଁ ତାଙ୍କର ଆଚରଣ ଓ ଉଚ୍ଚାରଣ ଯୋଗୁଁ ଦଳ ଭିତରେ ତାଙ୍କୁ ହେବାକୁ ପଡୁଥିଲା ବିରୋଧ ର ଶିକାର ।
ମାଁ ମାଟି ର ସମ୍ମାନ, ଅଞ୍ଚଳ ଓ ଅଞ୍ଚଳବାସୀ ଙ୍କ ସ୍ଵାର୍ଥ ରକ୍ଷା ପାଇଁ ବିଭିନ୍ନ ସମୟରେ ସ୍ୱର ଉତ୍ତୋଳନ ପାଇଁ ବିଜେଡ଼ି ଦଳ ଭିତରେ ତାଙ୍କୁ କରାଯାଉଥିଲା ବିରୋଧ । ରାସ୍ତା-ଘାଟ, ନାଳ-ନର୍ଦ୍ଦମା, ପାନୀୟ ଜଳ, ସ୍ବାସ୍ଥ୍ୟ ସେବା ଭଳି ସର୍ବନିମ୍ନ ମୌଳିକ ସୁବିଧା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ତାଗିଦ୍ କଲେ ଦଳୀୟ ନେତୃତ୍ବ କରୁଥିଲେ ବିରୋଧ ।
ନିକଟ ଅତୀତରେ ସମ୍ବଲପୁର ଠାରେ ହାଇ କୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ର ସମର୍ଥନ ର କରୁଥିବା ଏକ ସାମ୍ବାଦିକ ସମ୍ମିଳନୀ ର ସୂଚନା ପାଇ ଦଳୀୟ ନେତୃତ୍ବ ତାଙ୍କୁ କରିଥିଲେ ତାଗିଦ୍ । ଶାସକ ଦଳ ର ନେତା ଙ୍କ ତାଗିଦ୍ କୁ ଭ୍ରୁକ୍ଷେପ ନ କରି ପ୍ରମୋଦ କରିଥିଲେ ସାମ୍ବାଦିକ ସମ୍ମିଳନୀ ଓ ଗର୍ଜିଥିଲେ ରାଜ୍ୟ ସରକାରଙ୍କ ବିରୋଧ ରେ । ଫଳ ସ୍ୱରୂପ ଚିରାଚରିତ ଢଙ୍ଗରେ ବିଜେଡ଼ି ଦଳ ତାଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ର ମିଥ୍ୟା ଆରୋପ ରେ ଦଳ ରୁ କରିଛି ବହିଷ୍କାର ।
ଏହା ବ୍ୟତିତ ସେ ସମ୍ବଲପୁର ଓକିଲ ସଂଘ ର ୫ ଥର ଜିଲ୍ଲା ସଭାପତି ଓ ୨ ଥର ଜିଲ୍ଲା ସଧାରଣ ସମ୍ପାଦକ ର ଗୁରୁ ଦାୟିତ୍ୱ ନିର୍ବାହ କରିବାର ସୁଯୋଗ ପାଇଛନ୍ତି । ୨୦୦୬-୦୭ ରେ ସେ ରୋଟାରୀ କ୍ଲବ୍ ର ଜିଲ୍ଲା ଗଭର୍ଣ୍ଣର (ମଧ୍ୟପ୍ରଦେଶ, ଓଡ଼ିଶା, ଛତିଶଗଡ଼) ଭଳି ମର୍ଯ୍ୟାଦା ପୂର୍ଣ୍ଣ ପଦବୀ ସଫଳତା ର ସହିତ ତୁଲେଇଛନ୍ତି ।
ଏଭଳି ବିସ୍ତୃତ, ସକ୍ରୀୟ ଓ ଦିର୍ଘ୍ ଦିନର ରାଜନୀତିକ କାର୍ଯ୍ୟକାଳ ଭିତରେ ସମଗ୍ର ସମ୍ବଲପୁର ଜିଲ୍ଲା ର କୋଣ ଅନୁକୋଣରେ ସେ ତିଆରି କରି ପାରିଛନ୍ତି ଏକ ବିଶାଳ ସଙ୍ଗଠନ ଓ ରହିଛନ୍ତି ତାଙ୍କର ହଜାର ହଜାର ସମର୍ଥକ ଓ ଶୁଭେଚ୍ଛୁ ।
*ବିଚାରଧାରା ପରିବାର ରୁ ଦୂର ରେ ଥିଲେ ମଧ୍ଯ ସେ ନିଜର ମୂଲ ବିଚାରଧାରା ଠୁଁ କେବେ ଦୂରେଇ ଯାଇ ନାହାଁନ୍ତି । ତେଣୁ, ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ ଅପାର କରୁଣା ରୁ ଶ୍ରୀରାମ ଜନ୍ମଭୂମି ମୁକ୍ତି ଆନ୍ଦୋଳନ ରୁ ଆରମ୍ଭ କରିଥିବା ନିଜର ରାଜନୀତିକ ଜୀବନ ରେ ଦିର୍ଷ ୩୩ ବର୍ଷ ର ବନବାସ ପରେ ସେ ପୁଣି ଥରେ ଶ୍ରୀରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ପୁର୍ବରୁ ଫେରିଛନ୍ତି ତାଙ୍କର ବିଚାରଧାରା ପରିବାର କୁ ।*
ଭୁବନେଶ୍ଵର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରେ ଆଜି ହୋଇଥିବା ମିଶ୍ରଣ ପର୍ବ ରେ ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନ ମୋହନ ସାମଲ ଙ୍କ ଉପସ୍ଥିତି ରେ ଡ.ପ୍ରମୋଦ ରଥ ବିଜେପି ରେ ସାମିଲ ହୋଇଛନ୍ତି । ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରୀପାଠୀ ଙ୍କ ଦ୍ବାରା ସଞ୍ଚାଲିତ ଏହି ମିଶ୍ରଣ ପର୍ବ କାର୍ଯକ୍ରମ ରେ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ, ବ୍ରହ୍ମଗିରି ବିଧାୟକ ଶ୍ରୀଯୁକ୍ତ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୁର୍ବତନ କୁଚିଣ୍ଡା ବିଧାୟକ ଶ୍ରୀଯୁକ୍ତ ରବି ନାରାୟଣ ନାୟକ, ପୂର୍ବତନ ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଷିନି ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ , ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ଗଞ୍ଜାମ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର ଭଳି ଅନେକ ରାଜ୍ୟ ସ୍ତରୀୟ ମଞ୍ଚାସିନ ରହି ନୂତନ ଭାବେ ଯୋଗ ଦେଉଥିବା ସଦସ୍ୟ ସଦସ୍ୟା ଙ୍କୁ ଉତ୍ତରୀୟ ଦେଇ ଦଳ ରେ ସ୍ୱାଗତ କରିଥିଲେ ।
ଡ.ରଥ ଙ୍କ ସହ ଲକ୍ଷ୍ମୀପ୍ରିୟା ପ୍ରଧାନ, ସୁଜାତା ସିଂ, ସବିତା ମହାନନ୍ଦ, କୃଷ୍ଣ ଚନ୍ଦ୍ର ଗର୍ଡିଆ, ମଞ୍ଜୁ ଗର୍ଡ଼ିଆ ଙ୍କ ନେତୃତ୍ବ ରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ଶାତ ଶହ ରୁ ଉର୍ଦ୍ଧ ଲୋକ ବିଜେପି ରେ ଯୋଗଦାନ କରିଛନ୍ତି ।