Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଓଡିଆଙ୍କ ପ୍ରତିଟି ସ୍ପନ୍ଦନରେ ଜଗନ୍ନାଥ ଚେତନା: ମା’ ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡିଆ ଭାଷା ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ସଭାରେ ମତପ୍ରକାଶ

ସମ୍ବଲପୁର(ଧମା):ଆଜି ମା ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆଁ -ଓ କାର୍ଯ୍ୟକ୍ରମ ଅନ୍ତର୍ଗତ “ବିଶ୍ୱ ଓଡିଆ ଭାଷା ସମ୍ମିଳନୀ”ର ଆୟୋଜନ ଓ “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ”ର ଉଦ୍‌ଘାଟନ ପରିପ୍ରେକ୍ଷୀରେ ଓଡିଆ ଭାଷା ଓ ଜଗନ୍ନାଥ ସଂସ୍କୃତି ଉପରେ ଏକ ଆଲୋଚନା ସଭା ଆୟୋଜିତ ହୋଇଯାଇଛି।ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଆଲୋଚକ ଭାବରେ ଯୋଗଦେଇ ଡ. ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ କହିଥିଲେ ଯେ, ଓଡିଶାବାସୀଙ୍କ ମନପ୍ରାଣରେ ଜଗନ୍ନାଥ ରହିଛନ୍ତି ସେ ହେଉଛନ୍ତି ଓଡିଶାର ରାଷ୍ଟ୍ର ଦେବତା। ତେଣୁ ଓଡିଆଙ୍କ ନାଡି ଚିପିଲେ ଜଗନ୍ନାଥ ସଂସ୍କୃତିର ସ୍ପନ୍ଦନ ଆମେ ପାଇପାରିବା।ପୂର୍ବ ଓଡିଶା ଅପେକ୍ଷା ପଶ୍ଚିମ ଓଡିଶାରେ ଅଧିକ ଜଗନ୍ନାଥ ମନ୍ଦିର ରହିଛି ଏବଂ ଏହି ଅଂଚଳରେ ଜଗନ୍ନାଥ ପୂଜନର ପ୍ରାଚୀନତାର ଅନେକ ପ୍ରମାଣ ମଧ୍ୟ ଐତିହାସିକମାନେ ପାଇଲେଣି ଯାହା ଜଗନ୍ନାଥଙ୍କୁ ସମଗ୍ର ଓଡିଶା ଆରାଧ୍ୟ ଭାବରେ ପ୍ରମାଣ କରେ ବୋଲି କହି ପତ୍ନ ଓଡିଆ ସାହିତ୍ୟରେ କିପରି ଜଗନ୍ନାଥଙ୍କ ବିଷୟରେ ସୂଚନା ରହିଛି ଅନେକ ଦୃଷ୍ଟାନ୍ତ ଦେଇ ସେ ବ୍ୟାଖ୍ୟା କରିଥିଲେ। ଅଧ୍ୟାପକ ରବିନ୍ଦ୍ରନାରାୟଣ ଠାକୁର ସଭା ସଂଯୋଜନା କରିଥିବା ବେଳେ ଶିକ୍ଷା ପ୍ରଦର୍ଶିକା ମୌସୁମୀ ଷଢଙ୍ଗୀଙ୍କ ସଂଯୋଜନାରେ ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ନୋଡାଲ ଅଧିକାରୀ ଡ. ସିଦ୍ଧାର୍ଥ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଅତିଥି ଭାବରେ ଯୁକ୍ତ ତିନ ସ୍ରୋତର ଅଧ୍ୟକ୍ଷ ଅନିଳ ପ୍ରଧାନ ଯୋଗଦେଇ ଭାଷା ସାହିତ୍ୟ ସଂସ୍କୃତି ପାଇଁ ସରକାରଙ୍କ ପକ୍ଷରୁ ଏଭଳି କାର୍ଯ୍ଯକ୍ରମର ଗୁରୁତ୍ତ୍ବ ସମ୍ପର୍କରେ କହିଥିଲେ। ପଣ୍ଡିତ ବ୍ୟାସଦେବ ପଣ୍ଡା ବେଦମନ୍ତ୍ର ପାଠ କରିଥିଲେ। ଏହି ଅବସରରେ ଗତ ୧୬ ତାରିଖରୁ ଆୟୋଜିତ ହୋଇଆସୁଥିବା ବିଭିନ୍ନ ଓଡିଆ ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ବିଷୟକ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ମିନତି ଦାଶ,ସ୍ୱାତି ପତି, ସତ୍ୟନାରାୟଣ ଦାଶ,ସଂଗ୍ରାମ କେଶରୀ ମିଶ୍ର,ଅନ୍ତର୍ଯ୍ୟାମୀ ମହାକୁର,ରବିଶଙ୍କର ହୋତା,ଆନନ୍ଦିନୀ ପଣ୍ଡା,ସୁଶ୍ରୀତ ଷଢଙ୍ଗୀ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀମାନେ କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ।