Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁର ମହାନଗର ନିଗମର ବିଭିନ୍ନ ୱାର୍ଡରେ ବିଜେଡିର ସାଂଗଠନିକ ବୈଠକ

ସମ୍ବଲପୁର:ବିଜୁ ଜନତାଦଳ ସମ୍ବଲପୁର ନିର୍ବାଚନ ମଣ୍ଡଳୀ ତରଫରୁ ୱାର୍ଡ ନମ୍ବର ୩ ଓ ୬ ରେ ସମ୍ବଲପୁର ଓ ରେଙ୍ଗାଲୀ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଞ୍ଜନ ନାୟକଙ୍କ ଉପସ୍ଥିତି ରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତକାଲି ଠାରୁ ମହାନଗର ନିଗମର ବିଭିନ୍ନ କର୍ପୋରେଟ୍ ୱାଡରେ ଦଳର ସାଂଗଠାନିକ ବୈଠକ ସହିତ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟକ୍ରମ ସଂପର୍କରେ ୱାର୍ଡବାସୀଙ୍କୁ ବୁଝାଯାଉଛି। ଏପରିକି ବିଭିନ୍ନ ୱାର୍ଡରେ ଥିବା ସମସ୍ୟା ଗୁଡିକ ସଂପର୍କରେ ବୁଝି ଏହାର ସମାଧାନ ପାଇଁ ପ୍ରଶାସନିକ କଳ ସହିତ ଆଲୋଚନା କରାଯାଉଛି ।ସୌଭାଗ୍ୟଙ୍କ ସହିତ ସମ୍ବଲପୁରର ପୁର୍ବତନ ବିଧାୟିକା ଡା.ରାସେଶ୍ବରୀ ପାଣିଗ୍ରାହୀ,ରାଜ୍ୟ ବିଜେଡି ସାଦାରଣ ସଂପାଦକ ସିଦ୍ଧାର୍ଥ ଦାଶ,କାଲିଆ ଉପଦେଷ୍ଟା ତଥା ବିଜେଡି ମୁଖପାତ୍ର ସଞ୍ଜୟ ବାବୁ, ବରିଷ୍ଠ ନେତା ସତୀଶ ବିଶି ପ୍ରମୁଖ ନେତା ମାନେ ଏହି ସାଂଗଠନିକ ବୈଠକରେ ସକ୍ରିୟ ଅଂଶଗ୍ରହଣ କରଥିଲେ।