Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡ଼ିର ୱାର୍ଡ ସ୍ତରୀୟ କର୍ମୀ ସମାବେଶ

ସମ୍ବଲପୁର:ବୁର୍ଲାସ୍ଥିତ ବିଜୁ କଲ୍ୟାଣ ମଣ୍ଡପରେ ୱାର୍ଡ ନମ୍ବର ୬ ଏବଂ ଜଗନ୍ନାଥ ମନ୍ଦିର ଠାରେ ୱାର୍ଡ ନମ୍ବର ୩ ର ବିଜେଡିର ୱାର୍ଡ ସ୍ତରୀୟ କର୍ମୀ ସମ୍ମିଳନୀ ବୈଠକ ଅନୁଷ୍ଠିତ ହୋଇଯାଇଛିI ଆଗାମୀ ଦିନରେ ବୁର୍ଲାଠାରେ ହୋଇଥିବା ସ୍ଥାନୀୟ ବିଭିନ୍ନ ବିକାଶ ଧାରାର ଅଗ୍ରଗତି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଧାରାକୁ ବିଜୁକର୍ମୀ ମାନେ ପ୍ରଶଂସା କରିଥିଲେ I ଏହା ସହିତ ୫ଟି ଅଧକ୍ଷ ଦୁଇ ଦୁଇ ଥର ସମ୍ବଲପୁର ନିର୍ବାଚନ ମଣ୍ଡଳୀ ଗସ୍ତ କରି ବିଭିନ୍ନ ମନ୍ଦିର, ମସଜିଦ, ଚର୍ଚ୍ଚ ଆଦିକୁ ଦେଇଥିବା ଅନୁଦାନ ଅର୍ଥ ବିକାଶ ଧାରାର ଆଉ ଏକ ନୂତନ ଫର୍ଦ୍ଦ ଯୋଡି ହୋଇଛି ବୋଲି ସର୍ବ ସମ୍ମତି କ୍ରମେ ୫ଟି ଅଧକ୍ଷ୍ୟ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଥିଲେI ଆଗାମୀ ଦିନରେ ପ୍ରତ୍ୟେକ କର୍ମୀ ଏକଜୁଟ ହୋଇ ଦଳପାଇଁ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେଇଥିଲେ I ଏହି କାର୍ଯ୍ୟକ୍ରମରେ ମହାନଗର ସଭାପତି ଶ୍ରୀ ସତୀଶ  ବିଶି ସଭାପତିତ୍ୱ କରିଥିଲେ।ଅନ୍ୟମାନଙ୍କଧ୍ୟରେ ପୂର୍ବତନ ବିଧାୟିକା ତଥା ସମାଜସେବୀ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ରେଢ଼ାଖୋଲ ବିଧାୟକ ତଥା ଜିଲ୍ଲା ସଭାପତି ରୋହିତ ପୁଝାରୀ, ରାଜ୍ୟ ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଦାସ, ବିଜୁ ଜନତା  ଦଳର ମୁଖପାତ୍ର ସଂଜୟ ବାବୁ, ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ ଓ ମିନତୀ  ଦେବତା ଯୋଗ ଦେଇଥିଲେ I ଏହି ସଭାରେ  ୱାର୍ଡ ନଂ ୩ର ୫୦ ରୁ ଉର୍ଦ୍ଧ୍ବ ଯୁବକ ବିଜୁ ଜନତା  ଦଳରେ  ଯୋଗଦାନ କରିଥିଲେ Iୱାର୍ଡ ନମ୍ବର ୬ ରେ ରମାକାନ୍ତ ସାହୁ ଓ ୱାର୍ଡ ନମ୍ବର ୩ ରେ ତରଣୀ ସେନ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ I ବିଜୁ ଜନତା ଦଳ ର ଜିଲ୍ଲା ଉପ ସଭାପତି ଶ୍ରୀ ଦେବାଶିଷ ନନ୍ଦ  ଙ୍କ ନେତୃତ୍ୱ ରେ ହୋଇଥିବା ଏହି ବୈଠକରେ ଅନେକ ମହିଳା, ଯୁବ ଛାତ୍ର ଏବଂ ବିଜୁପ୍ରେମୀ ମାନେ ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମ ରେ ଉଷା ପ୍ରଧାନ, ସିପ୍ରା ମହାନ୍ତି, ମିତାଲି ସାହୁ, ସଂଯୁକ୍ତା ମେହେର, ରାଖୀ ମୁଣ୍ଡା,ଉପସ୍ଥିତ ଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଅଶୋକ କୁମାର ମହାକୁର,  ବିଭୀଷଣ ଭୀଷର,ଅନିତା ନାୟକ,କଳ୍ପନା ବେହେରା, ଶାନ୍ତି ଲତା  ସ୍ୱାଇଁ,ସୀତା ପ୍ରଧାନ, ରାଜକୁମାରୀ ନିଆଲ, ଦୁର୍ଗେଶିନୀ ବେହେରା, ଶାନ୍ତି ମହାନ୍ତି, ବେଲି ଭୁଏ, ଶାନ୍ତି ଲାମା, ରୁନୁ ନାୟକ, ଲେନୁ ପରିଡା,ଲଳିତା  ବାଗ,ଦେବେନ୍ଦ୍ର ପ୍ରଧାନ,ଆର ଏ ଶିବ  କୁମାର,ଗୋକୁଳି ରାଉତ, ସଞ୍ଜୟ ଗଉଡ଼ ,ଅଶୋକ ସାମଲ,ସୁରେଶ  ପାଣିଗ୍ରାହୀ, ରାମେଶ୍ୱର ସିଂ,ସୂର୍ଯ୍ୟକାନ୍ତ ସ୍ୱାଇଁ, ପ୍ରତାପ ସ୍ୱାଇଁ,ଜମ୍ବେଶ୍ୱର ରାଉତ,ସୁଧୀର ବାରିକ,ଗୋପ ମହାନନ୍ଦ,ଶ୍ୟାମ ତାଣ୍ଡି,ତ୍ରିଲୋଚନ ସିଂ, ଜଗଜିତ ସିଂ, ନଗି ମହାନନ୍ଦ, ଶୁଭମ  ବେହେରା, ଜିତୁ ଲାମା,ବରୁଣ  ମିର୍ଧା, ଘନଶ୍ୟାମ ମାଳି,କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ