ମହାନଦୀ ଗର୍ଭରେ ଅବସ୍ଥିତ ଶ୍ରୀରାମ ପାଦର ଦର୍ଶନ ଓ ସଫେଇ କଲେ ସକ୍ଷମ ସଦସ୍ୟ

ସମ୍ବଲପୁର:ସମ୍ବଲପୁର ର ଜୀବନଧାରା ମହାନଦୀ ଗର୍ଭ ରେ ଅବସ୍ଥିତ ଅବହେଳିତ ଐତିହାସିକ ପୀଠ ଶ୍ରୀରାମ ପାଦ ର ସୁରକ୍ଷା ତଥା ବିକାଶ ଦିଗରେ କାର୍ଯ୍ୟ ହେବାର ଆବଶ୍ୟକତା ରହିଛି ବୋଲି ଦାବୀ ଉପସ୍ଥାପନା କରିଛି ସାମାଜିକ ଅନୁଷ୍ଠାନ ସକ୍ଷମ l ସମ୍ବଲପୁର ସହରର ଦୁର୍ଗାପାଲି ତଥା ଗୁଡ଼େଶ୍ୱର ବାବା ମନ୍ଦିର ପାର୍ଶ୍ୱରୁ ମହାନଦୀ ଗର୍ଭ କୁ ଗଲେ ପ୍ରାୟ 700 ମିଟର ଦୂରରେ ଅବସ୍ଥିତ ପଥର ଟାପୁ ରେ ରହିଛି ଏହି ଶ୍ରୀରାମ ପାଦ ପୀଠ l ଏହି ପୀଠ କୁ ଯିବାକୁ ହେଲେ ପ୍ରାୟ 200 ମିଟର ଡ଼ଙ୍ଗା ରେ ଯିବାକୁ ପଡିଥାଏ l ବିଶେଷ ଭାବରେ ପବିତ୍ର କାର୍ତ୍ତିକ ପୂର୍ଣମୀ ଦିନ ଶ୍ରଦ୍ଧାଳୁ ମାନେ ଏହି ଧାର୍ମିକ ଶ୍ରୀରାମ ପାଦ ପୀଠ କୁ ଦର୍ଶନ ପାଇଁ ଯାଇଥାନ୍ତି l
ଏହି ପୀଠ କୁ ଯିବାକୁ ବିଶେଷ ସାଧନ ନ ଥିବା କାରଣରୁ ସାଧାରଣ ରେ ଲୋକେ ବେଶୀ ଯିବା ଆସିବା କରିନଥାନ୍ତି l କିନ୍ତୁ, ଏହି ପୀଠ କୁ ଯାଇ ଦୁର୍ଗାପାଲି ର ପାଣ୍ଡେ ପରିବାର ପ୍ରତିଦିନ ପୂଜା ଅର୍ଚ୍ଚନା ସମ୍ପାଦନ କରିଥାଆନ୍ତି l
ପ୍ରଭୁ ଶ୍ରୀରାମ ଚଉଦ ବର୍ଷ ବନବାସ କାଳରେ ହୁଏତ ଏହି ସ୍ଥାନରେ ପାଦ ଦେଇ ଥାଇ ପାରନ୍ତି ବୋଲି ଐତିହାସିକ ମାନେ ମତ ଦିଅନ୍ତି l କାରଣ ଏହି ସ୍ଥାନରେ ପ୍ରଭୁ ଙ୍କର ଦୁଇଟି ପାଦ ଚି଼ହ୍ନ ଥିବା ସହ ପ୍ରାଚୀନ ଶିଳାଲିପି ମଧ୍ୟ୍ୟ ରହିଛି l ଯାହାକି ଆଜିଯାଏ କେହି ଅଧୟନ କରିପାରି ନାହାନ୍ତି l ଏଥିସହ ଅନେକ ଆଧ୍ୟାତ୍ମିକ ଚି଼ହ୍ନ ମଧ୍ୟ ରହିଛି l ତେଣୁ କୁହାଯାଏ ଯେ, ପ୍ରଭୁ ଶ୍ରୀରାମ ଙ୍କର ସହ ସମ୍ପୃକ୍ତି ଥିବା ଏହି ଶ୍ରୀରାମ ପାଦ ପହେଉଛି ଏକ ମାତ୍ର ଐତିହାସିକ ପୀଠ l
କିନ୍ତୁ, ଏତେ ପ୍ରାମାଣିକ ତଥ୍ୟ ଥିବା ସତ୍ୱେ ଏହି ଶ୍ରୀରାମ ପାଦ ପୀଠ ପର୍ଯ୍ୟାଟନ ବିଭାଗ ତଥା ସରକାର ଙ୍କର ଦ୍ୱାରା ଅବହେଳିତ ହୋଇ ପଡି ରହିଛି l ଆଜିର ଦିନରେ ପ୍ରଭୁ ଶ୍ରୀରାମ ଙ୍କର ଅଯୋଧ୍ୟା ରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେଉଥିବା ବେଳେ ଏହି ଶ୍ରୀରାମ ପାଦ ପୀଠ କୁ ଗୁରୁତ୍ୱ ବଢିଯାଇଛି l ତେଣୁ ଏହି ପବିତ୍ର ଶ୍ରୀରାମ ପାଦ ପୀଠ କୁ ପର୍ଯ୍ୟାଟନ ମାନଚିତ୍ର ରେ ସ୍ଥାନିତ କରିବା ସହ ଶ୍ରଦ୍ଧାଳୁ ଙ୍କ ଗମନାଗମନ ସୁବିଧା ପାଇଁ ସ୍ୱତନ୍ତ୍ର ରାସ୍ତା ର ବ୍ୟବସ୍ଥା ଦିଗରେ କାର୍ଯ୍ୟ କରିବାକୁ ସାମାଜିକ ଅନୁଷ୍ଠାନ ସକ୍ଷମ ଜିଲ୍ଲା ପ୍ରଶାସନ ପାଖରେ ଦାବୀ କରିଛି l
ଆସନ୍ତା ୨୨ ଜାନୁଆରୀ ଦିନ ଏହି ପବିତ୍ର ଶ୍ରୀରାମ ପାଦ ପୀଠ ରେ ହୋମଯଜ୍ଞ ସହ ପୂଜାର୍ଚନା କାର୍ଯ୍ୟକ୍ରମ ଥିବା ବେଳେ, ଆଜି ସୂର୍ଯ୍ୟ ପାଣିଗ୍ରାହୀ, ସରୋଜ ସାହୁ, ରଂଜିତ ରଥ ଓ ରାଜ କୁମାର ପାଣ୍ଡେ ପ୍ରମୁଖ ଏହି ଶ୍ରୀରାମ ପାଦ ପୀଠ ର ସଫେଇ କାର୍ଯ୍ୟ କରିବା ସହ ପୂଜା ଅର୍ଚନା କରିଥିଲେ l