ବିକାଶ ନାଁରେ ରାସ୍ତା ବାହାରେ ଥିବା ଗଛ କାଟିବା ଦୁର୍ଭାଗ୍ୟ ଜନକ- ସରୋଜ ସାହୁ ବରିଷ୍ଠ ବିଜେପି ନେତା

ସମ୍ବଲପୁର:ଅଞ୍ଚଳର ବିକାଶ କରିବା, ରାସ୍ତା ର ପ୍ରଶସ୍ତିକରଣ ସ୍ୱାଗତଯୋଗ୍ୟ ପଦକ୍ଷେପ l କିନ୍ତୁ, ବିକାଶ ନାଆଁ ରେ ରାସ୍ତା କଡରେ ହଜାର ହଜାର ବଢିଲା ଗଛ କୁ କାଟିଦେଇ, ଗୋଟିଏ ବି ଗଛ ନ ଲଗାଇବା ଯେତେଦୂର ଠିକ ବୋଲି ବରିଷ୍ଠ ବିଜେପି ନେତା ସରୋଜ ସାହୁ ପ୍ରଶ୍ନ କରିଛନ୍ତି l ଶ୍ରୀ ସାହୁ ଏକ ପ୍ରେସ ବିବୃତି ରେ ପ୍ରକାଶ କରିଛନ୍ତି ଯେ, ସମ୍ବଲପୁର ସହର ତଥା ଆଖ ପାଖରେ ଥିବା ରାଜପଥ ମାନଙ୍କରେ ପ୍ରଶସ୍ତିକରଣ ହେବା ଆଳରେ ନିୟମିତ ହଜାର ହଜାର ଗଛ ଛେଦନ କରାଯାଉଛି l ହେଲେ ସେହି ତୁଳନା ରେ କେତେ ବୃକ୍ଷ ରୋପଣ କରାଯାଉଛି?
ସେହିପରି, ଏବେ ସମଲେଶ୍ୱରୀ ଯୋଜନା ପ୍ରକଳ୍ପ ର ଉଦଘାଟନ ହେବାକୁ ଥିବା ବେଳେ ରିଙ୍ଗ ରୋଡ଼ ରୁ ଲକ୍ଷ୍ମୀ ଡୁଙ୍ଗୁରି ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ରାସ୍ତା ର ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଛି l ଦୁର୍ଗାପାଲି ରାସ୍ତା ରୁ ଗୁଡ଼େଶ୍ୱର ମନ୍ଦିର ରୁ ଯିବା ବାଟରେ ବହୁଦିନରୁ ଥିବା ଏକ ବଟବୃକ୍ଷ କୁ କାଟି ଦିଆଯାଇଛି, ଯେଉଁ ଗଛ କି ରାସ୍ତା ବାହାରେ ଥିଲା l ଏହା କେଉଁ ବିକାଶ ବୋଲି ଶ୍ରୀ ସାହୁ ପ୍ରଶାସନ କୁ ପଚାରିଛନ୍ତି l ଏହି ରାସ୍ତା ରେ ବହୁ କମ ଗଛ ଥିବା କାରଣରୁ ଏହି ବଟବୃକ୍ଷ ତଳେ ଖରା ଦାଉ ରୁ ରକ୍ଷା ପାଇବା ପାଇଁ ଆଶ୍ରା ନେଉଥିଲେ, ଏହି ଗଛ ତଳେ ପାଣି ଛତ୍ର କରାଯାଉଥିଲା l ତେଣୁ, ଅଯଥା ରେ ବିନା ଭାବବିଚାର ରେ ଏହିପରି ଅନାବଶ୍ୟକ ରାସ୍ତା କଡରେ ବୃକ୍ଷ କାଟିବା ଦୁର୍ଭାଗ୍ୟ ଜନକ ବିଷୟ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି l