Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଣ୍ଡା ସମାଜ କଲ୍ୟାଣ ପରିଷଦର କଲ୍ୟାଣ ମଣ୍ଦପ ପାଇଁ ଭୂମି ପୂଜନ

ସମ୍ବଲପୁର:ଗଣ୍ଡା ସମାଜ କଲ୍ୟାଣ ପରିଷଦ ଢିପାପଢା ବୁର୍ଲାର କଲ୍ୟାଣ ମଣ୍ଡପ ଓ ପାଚେରୀ ନିର୍ମାଣ ନିମନ୍ତେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିଧାୟକ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମଞ୍ଜୁରି ପରେ ଆଜି ଭୂମି ପୂଜନ ହୋଇଛି।ପରିଷଦର ପ୍ରତିଷ୍ଟାତା ସଭ୍ୟ ମିନକେତନ ବାଦି ଏହି ଭୂମିପୂଜନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ସମିର ରଞ୍ଜନ ବାବୁ,ବୁର୍ଲା ବିଜେପି ମଣ୍ଡଳ ସଭାପତି ଜୟନ୍ତ ଦାଶ, ସମ୍ବଲପୁର ସାଂସଦଙ୍କ ମୋହନ ଦାଶ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା,ପୁର୍ବତନ ବୁର୍ଲା ନଗରପାଲ ବିଷ୍ଣୁ ରକ୍ଷିତ ପ୍ରମୁଖ ଯୋଗଦାନ କରିଥିଲେ । ଗଣ୍ଡା ସମାଜ କଲ୍ୟାଣ ପରିଷଦ ସଭାପତି ନିହାଲ ସିଂଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲ, ଲବ ମହାନନ୍ଦ,ଅମିନ ମହାନନ୍ଦ,ନିଲାଞ୍ଚଳ ସୁନା,ଜୟ ଲୁହା, ସୁନାରାମ ନନ୍ଦ, ନାରାୟଣ ବାରିକ,ଗୈ।ର ସେନାପତି, ମହାବିର ଦିପ,ବୁଡୁ ସୁନା ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ