Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମ କଥା ଆମ ବ୍ୟଥା: ବାହାଲପଡାରେ ଅରାଜ ଆଡ୍ଡା,ପଡା ହେଲାଣି ବେହାଲ୍

ସମ୍ବଲପୁର: ଏନଗୁହା ଲାଇନରେ ଥିବା ବାହାଲପଡାର ଅବସ୍ଥା କହିଲେ ନସରେ।ଯେଉଁ ପଡାବାସୀଙ୍କ ଫଳ,ଫୁଲ, ଶାଗ, ପରିବା ମୂଖ୍ୟ ବେଉଷା ଥିଲା ତାହା ଆଜି ପ୍ରାୟ ଲୁପ୍ତ ହେବାକୁ ବସିଲାଣି।ବେଉଷଣ ଜମିରେ ନର୍ଦମା ପାଣି ଜମି ରହିବା ଫଳରେ ବାହାଲପଡା ହରାଇ ବସିଲେଣି ନିଜର ମୂଖ୍ୟ ବ୍ୟବସାୟ।ଏହାକୁ ନେଇ ଅଞ୍ଚଳର ବୁଦ୍ଧିଜୀବୀ ଓ ସଚେତନ ନାଗରୀକ ମାନଙ୍କ ହାରିଗୁହାରୀ ମଧ୍ୟ ପ୍ରଶାସନିକ ଅଧିକାରୀ ମାନେ ଶୁଣୁନଥିବାରୁ ଶେଷରେ ୫ଟି ଅଧ୍ୟକ୍ଷଙ୍କ ଜନଶୁଣାନି ଯାଏ କଥା ଗଲାଣି ।ହେଲେ ଆଶ୍ୱାସନା ଛଡା ଫଲ ଶୁନ୍। ସିଦ୍ଧେଶ୍ବର ମନ୍ଦିର ନାଳା ଦେଇ ଫାଟକର ନର୍ଦ୍ଦମା ପାଣି ଏମାନଙ୍କ ପାଇଁ କାଳ ସାଜିଛି।ପୁଣି ଏନଗୁହା ଗଳିରେ ଥିବା ୬ ମହଲା କୋଠାର ଦୂଷିତ ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ଫଳରେ ଏନଗୁହା ଲାଇନରୁ ଉତ୍ତର ଦିଗକୁ ଯାଇଥିବା ମାତାମଠ ଗଳି ଓ ସିଦ୍ଧେଶ୍ୱର ମନ୍ଦିର ଅଞ୍ଚଳ ବେହାଲ ହୋଇପଡିଛି।ପୁଣି ଏହି ରାସ୍ତାରେ ତଳିଆ ଓ ଅଣଓସାରିଆ ହୋଇଥିବାରୁ ଅନେକ ଘରକୁ ପ୍ରବେଶ କରୁଛି ନର୍ଦ୍ଦମା ପାଣି। ମହାନଗର ନିଗମକୁ ଅନେକ ଥର କହିବା ଓ ଅଭିଯୋଗ କଲା ସତ୍ତ୍ୱେ ମଧ୍ୟ ଡ୍ରେନେଜ୍ ବ୍ୟବସ୍ଥାରେ କୌଣସି ସୁଧାର ଆସୁନି। ପୁଣି ଏଠାରେ ଥିବା ଏକ ଗଛ ତଳେ ପ୍ରତିଦିନ ମଦ,ଜୁଆ,ସଟ୍ଟା ଓ ତାସ ଖେଳର ଆଡ୍ଡା ଜମୁଥିଲେବି ଯେତେ ହାରି ଗୁହାରି କଲାପରେବି ପ୍ରଶାସନ ନାଁ ପୋଲିସ କେହି ଶୁଣୁନଥିବା ପଡାବାସୀ ଅସନ୍ତୋଷ ପ୍ରକାଶ କରି କହିଛନ୍ତି। ଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ,ମହାନଗର ନିଗମ କମିଶନର,ଅତିରିକ୍ତ କମିଶନରଙ୍କ ଠାରେ ପଡାବାସୀ ଅନେକ ଥର ଏସବୁ ସମସ୍ୟାର ସମାଧାନ ନେଇ ଲିଖିତ ଅଭିଯୋଗ କରିଛନ୍ତି । କିନ୍ତୁ ବାହାଲପଡାର ଏ ବେହାଲ ଅବସ୍ଥାକୁ ଦେଖିବାକୁ କାହାରବି ଆଖିନପାଇବା ବଡ ଦୁଃଖର ବିଷୟ ବୋଲି ସଚେତନ ନାଗରୀକ ମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ କରିଛନ୍ତି। ଏପରିକି ୫ଟି ଅଧ୍ୟକ୍ଷଙ୍କ ଜନଶୁଣାନିରେ ଦିଆଯାଇଥିବା ଅଭିଯୋଗପତ୍ର ଡିଏମ ୨୦୨୩୨୫୧୮୮୦ କମିଶନର ସମ୍ବଲପୁର ମହାନଗର ନିଗମରେ ଦରଜ ହୋଇଥିଲେବି ଯେଉଁ ୫ଟିକୁ ନେଇ ସାରା ଓଡିଶାରେ ହାଲ୍ଲା ନଚେଇଛି ତାହା କିନ୍ତୁ ବାହାଲପଡାବାସୀଙ୍କ ପାଇଁ କେମିତି ଓ କାହିଁକି ହୁଗୁଲା ହୋଇ ପଡିଛି ତାକୁ ନେଇ ପଡାବାସୀ କେବଳ ଆଶ୍ଚର୍ଯ୍ୟ ପ୍ରକାଶ କରିନାହାଁନ୍ତି ବରଂ ୫ଟି ଜନଶୁଣାନିବି କେବଳ ଏକ ପ୍ରହସନ ବୋଲି ଚର୍ଚା ଯୋର ଧରିଲାଣି ।