ରାମ ନାମ ଜପରେ କମ୍ପିଲା ହୀରୋ ଗ୍ରାମ :ସହସ୍ରାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ

ସମ୍ବଲପୁର(ପଡିଆବାହାଲ):ଆଜି ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଦିବସ। ଅଯୋଧ୍ୟା ଏଥିପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମେଳରେ ଜନ ସମୁଦ୍ରରେ ପରିଣତ ହୋଇଥିବା ସମୟରେ,ସମଗ୍ର ଦେଶର ପୁର ପଲ୍ଲୀରେ ବି ଏହାର ପ୍ରଭାବ କମ୍ ନୁହେଁ । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଥିଲେ ଧର୍ମ,ନ୍ୟାୟ ଓ ସତ୍ୟର ପ୍ରତୀକ।ଆଜିର ଦିନରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ବିଧିପୂର୍ବକ ପୂଜା କଲେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମସ୍ତ ମନସ୍କମନା ପୂରଣ ହେବା ବିଶ୍ୱାସରେ ଗାଁ ଗାଁ, ସହର ଓ ସାହି ପଡିଶାରେ ଶ୍ରିରାମଙ୍କୁ ନେଇ ବଢିଛି ଶ୍ରଦ୍ଧା ଓ ପୂଜାବିଧି ।ସତେ ଯେମିତି ଉତ୍ସମ ମୁଖର ହୋଇପଡିଛି ସାରା ଇଲାକା।ଏଭଳି ଦୃଷ୍ଟାନ୍ତ ସହସ୍ରାଧିକ ରହିଥିଲେବି ହୀରୋ ଗ୍ରାମରେ ଦେଖିବାକୁ ମିଳିଛି ବିରଳ ଦୃଷ୍ଟାନ୍ତ।ଗ୍ରାମ ଓ ଆଖପାଖ ଅଞ୍ଚଳର ଆବାଳ ବୃଦ୍ଧ ବନିତା ଏକ ହୋଇ ନେଇଥିଲେ ରାମ ନାମ। ରାମ ନାମରେ କମ୍ପୁଛି ହୀରୋ ଗ୍ରାମ। ଘରେ ଚିତା ଓ ଧୂପ ଦୀପର ଆଲୋକ ମାଳା ଓସୌନ୍ଦର୍ଯ୍ୟର ମହକ ବାସୁଛି ହୀରୋ ଗ୍ରାମ । ଏହି ଅବସରରେ ପଣ୍ଡିତ ଶିବ ଶଙ୍କର ପଣ୍ଡାଙ୍କ ପୌରହୀତ୍ୟ ଓ ନରେଶ ପ୍ରଧାନ ଓ ଟିକି ପ୍ରଧାନଙ୍କ କର୍ତ୍ତୃତ୍ୱରେ ପୂଜାର୍ଚନା କରାଯାଇଥିଲା ।ଗ୍ରାମ ଓ ଅଞ୍ଚଳବାସୀଙ୍କ ସହିତ ହୀରୋ ଗ୍ରାମର ସୁଶ୍ରୀ ସୁପ୍ରିୟା ପଟ୍ଟା,କାଦୋବାହାଲ ବହାହମୁଣ୍ଡାର ପୁଷ୍ପା ବନଛୋର ଓ ବରଗଡ ଭାଙ୍ଗକୁଦର ପିଙ୍କି ବିଶିଙ୍କ ସଂକିର୍ତ୍ତନ କରିଥିଲେ ।ଏଥି ପାଇଁ ହୀରୋ ଗାଁ ଉତ୍ସବ ମୁଖର ହୋଇଉଠିଛି। ଏହି ଉତ୍ସବରେ ସମ୍ବଲପୁର ଓକିଲ ସଂଘର ପୁର୍ବତନ ସଭାପତି ତଥା ବିଜେପି ନେତା ଡଃ.ପ୍ରମୋଦ ରଥ, ଗୋବିନ୍ଦ ଅଗ୍ରୱାଲ , ସମାଜସେବୀ ଡା.ରାଜାରାମ ଷଡଙ୍ଗୀ, ସୁରେନ୍ଦ୍ର ବଗର୍ତ୍ତି ପ୍ରମୂଖ ଯୋଗଦାନ କରି ପ୍ରଭୁ ଦର୍ଶନ କରିଥିଲେ। ଯୁଧିଷ୍ଟିର ମିର୍ଦ୍ଧା,ସଚ୍ଚିଦାନନ୍ଦ ନାଏକ,ଗିରିଶ ପ୍ରଧାନ ପ୍ରମୂଖଙ୍କ ସହ ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ ।ଏହି ଅବସରରେ ଯୋଗଦାନ କରିଥିବା ସହସ୍ରାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଅର୍ନ୍ନ ପସାଦ ଦେଇ ଆପ୍ୟାୟିତ କରାଯାଇଥିଲା ।