Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରତିକ୍ଷାର ଅନ୍ତ:ଅଯୋଧ୍ୟାରେ ବିରାଜିଲେ ପ୍ରଭୁ ଶ୍ରୀରାମ

ଅଯୋଧ୍ୟା :ଅଯୋଧ୍ୟାରେ ବିରାଜିଲେ ପ୍ରଭୁ ଶ୍ରୀରାମ।
ଜନ୍ମସ୍ଥାନକୁ ଫେରିଛନ୍ତି ରାମଲାଲା ।ଦର୍ଶନ ଦେଇଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ। ସମ୍ପନ୍ନ ହୋଇଛି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ । ଶେଷ ହୋଇଛି କାଳ କାଳର ପ୍ରତୀକ୍ଷା ।ଏହି ପ୍ରତିଷ୍ଠା ଦିବସରେ ଅଯୋଧ୍ୟାରେ ପୁରୀ ଗଜପତି ମହାରାଜା ଦିବ୍ୟସିଂ ଦେବ ଉପସ୍ଥିତ ରହିଥିଲେ।ମହାରାଜାଙ୍କ ସହ ମହାରାଣୀ ଲୀଳାବତୀ ପାଟ୍ଟମହାଦେଇ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।ସମୟର କାଳଚକ୍ରରେ ଆଜିର ଦିନ ସାକ୍ଷୀ ହୋଇରହିବ ବୋଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସେ କହିଛନ୍ତି ହଜାର ବର୍ଷ ପରେ ବି ଲୋକେ ଆଜିର ତାରିଖକୁ ଚର୍ଚ୍ଚା କରିବେ।ଆମେ ଅତ୍ୟନ୍ତ ଭାଗ୍ୟବାନ, ଏହି ମୁହୂର୍ତ୍ତକୁ ଦେଖୁଛୁ।
ପ୍ରଭୁ ଶ୍ରୀରାମ ଭାରତବାସୀଙ୍କ ଅନ୍ତରମନରେ ରହିଛନ୍ତି।ଭାରତର କୋଣ କୋଣରେ ରହିଛନ୍ତି ପ୍ରଭୁ ଶ୍ରୀରାମ। ଏହି ସମୟରେ ଅଯୋଧ୍ୟାରେ ସିନେତାରକାଙ୍କ ମଧ୍ୟ ଭିଡ଼ ଲାଗି ରହିଥିଲା।ଭବ୍ୟ ଉତ୍ସବ ପାଇଁ ଅଯୋଧ୍ୟାରେ ବହୁ ନାମୀ ଦାମୀ ସିନେ ତାରକାଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରେ
ସୁପରଷ୍ଟାର ଅମିତାଭ ବଚ୍ଚନ, ରଜନୀକାନ୍ତ, ଅନୁପମ ଖେର୍,
ଚିରଞ୍ଜୀବି,ରାମ ଚରନ, ଅଭିଷେକ ବଚ୍ଚନ ଓ ସେଲିବ୍ରିଟିଙ୍କ ମଧ୍ୟରେ କଙ୍ଗନା, ମଧୁର ଭଣ୍ଡାରକର, ପ୍ରସୁନ୍ ଯୋଶୀ ପ୍ରମୂଖ ଉପସ୍ଥିତ ଥିଲେ। ଏପରିକି ଦେଶ ବିଦେଶର ବହୁ ରାନେତାଙ୍କ ସହିତ ଧାର୍ମୀକ ସାଧୁ ସନ୍ଥ ଓ ବିଭିନ୍ନ ଶ୍ରେଣୀର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସହିତ ଲକ୍ଷ ଲକ୍ଷ ଜନସାଧାରଙ୍କ ଉପସ୍ଥିତିରେ ଜନସମୁଦ୍ରରେ ଅଯୋଧ୍ୟା ନଗରୀ ପରିଣତ ହୋଇଥିଲା ।ପ୍ରାଣ ପ୍ରତିଷ୍ଠା ପରେ ଶ୍ରୀରାମ ଲାଲାଙ୍କ ସମ୍ପୂର୍ଣ୍ଣ ପ୍ରଥମ ଦର୍ଶନ ଆରମ୍ଭ ହୋଇଛି ।ପ୍ରତୀକ୍ଷାର ଅନ୍ତଘଟି ଜନ୍ମଭୂମୀ ଅଯୋଧ୍ୟାରେ ରାମଲାଲ ମନ୍ଦିର ପ୍ରତିଷ୍ଠା ନେଇ ଦେଶ କାହିଁକି ସମଗ୍ର ବିଶ୍ୱରେ ସନାତନ ଧର୍ମୀଙ୍କ ମଧ୍ୟରେ ନୂଆଁ ଉତ୍ସାହ ଓ ଆନନ୍ଦର ମୁହୂର୍ତ୍ତ ଦେଖାଦେଇଛି। ରାମଲାଲା ମନ୍ଦିର ପ୍ରତିଷ୍ଠାକୁ ନେଇ ସମଗ୍ର ବିଶ୍ୱ ମହାଦେଶରେ ଭାରତ ଆଜି ନବ ସୂର୍ଯ୍ୟର ଆଲୋକ ପାଇଁ ଚର୍ଚ୍ଚିତ ହୋଇଛି । ବିଶ୍ୱର କୋଣ ଅନୁକୋଣରେ ରାମଲାଲା ମନ୍ଦିର ପ୍ରତିଷ୍ଠା ନେଇ ଭାରତର ଗାରିମାକୁ ନେଇ ନୂଆଁ ଆଲୋଚନାର ସୂତ୍ରପାତ ଘଟିଛି।