Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାନଦୀ ଗର୍ଭ ସ୍ଥିତ ଶ୍ରୀରାମ ପାଦରେ ସକ୍ଷମ ପକ୍ଷରୁ ହୋମ ଯଜ୍ଞ ଓ ପୂଜାକର୍ମ

ସମ୍ବଲପୁର:ଅଯୋଧ୍ୟା ରେ ୫୦୦ ବର୍ଷର ଅନ୍ତରାଳରେ ପ୍ରଭୁ ଶ୍ରୀରାମଙ୍କର ବିଗ୍ରହ ତଥା ରାମଲଲ୍ଲାଙ୍କର ପ୍ରାଣ ପ୍ରତିଷ୍ଠା ପରିପେକ୍ଷିରେ ସମ୍ବଲପୁର ସହରର ମହାନଦୀ ଗର୍ଭରେ ସ୍ଥିତ ପ୍ରଭୁ ଶ୍ରୀରାମ ଙ୍କର ସହ ସମ୍ପୃକ୍ତି ଥିବା ଏକ ମାତ୍ର ଧାର୍ମିକ ତଥା ଐତିହାସିକ ପୀଠ ଶ୍ରୀରାମ ପାଦ ଠାରେ ସାମାଜିକ ସଂଗଠନ ସକ୍ଷମ ଓ ଦୁର୍ଗାପାଲି ଗ୍ରନବାସୀ ଙ୍କର ସହଯୋଗ ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ହୋମଯଜ୍ଞ ତଥା ପୂଜାର୍ଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ସୂଚନା ଯୋଗ୍ୟ ଯେ, ଏହି ଶ୍ରୀରାମ ପାଦ କୁ ନେଇ ଅନେକ ଐତିହାସିକ ଗବେଷଣା ଜାରି ରଖିଥିବା ବେଳେ, ଏହି ଶ୍ରୀରାମ ପାଦ ରେ ଥିବା ଶିଳା ଲେଖ ରୁ ଜଣାଯାଏ ଯେ, ଆଜିକୁ ପ୍ରାୟ ୫୫୦ ବର୍ଷ ପୂର୍ବେ ତଥା ୧୪୭୪ ମସିହା ରେ ‍୧୫ ଜଣ ସାଧୁ ୧୪ ଦିନ ଯାଏ ହୋମଯଜ୍ଞ କରିବା ସହ ଶ୍ରୀରାମ ମନ୍ତ୍ର ଜପ କରିଥିଲେ l
ସେହି ଦୃଷ୍ଟିରୁ ଆଜି ଆୟୋଜକ ଙ୍କ ଦ୍ୱାରା ରୀତି ମତେ ପ୍ରଭୁ ଶ୍ରୀରାମ ଙ୍କର ପୂଜାର୍ଚନା ପୂର୍ବକ ହୋମଯଜ୍ଞ କରାଯାଇଥିଲା l ଆଜିର କାର୍ଯ୍ୟକ୍ରମ ରେ ଶତାଧିକ ଶ୍ରଦ୍ଧାଳୁ ଡ଼ଙ୍ଗା ସାହାଯ୍ୟ ରେ ଏହି ପବିତ୍ର ଶ୍ରୀରାମ ପାଦ କୁ ଦର୍ଶନ କରିଥିଲେ l ଏଥିସହ ପ୍ରସାଦ ବଣ୍ଟନ ମଧ୍ୟ୍ୟ କରାଯାଇଥିଲା l
ଆଜିର କାର୍ଯ୍ୟକ୍ରମ ରେ ବରିଷ୍ଠ ବିଜେପି ନେତା ସୂର୍ଯ୍ୟ ପାଣିଗ୍ରାହୀ, ସରୋଜ ସାହୁ, ଡାକ୍ତର ପ୍ରଭାସ ଦେବତା, ରଂଜିତ ରଥ, ସାମାଜିକ କର୍ମୀ ସବ୍ୟସାଚୀ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ର ନେତୃତ୍ୱ ନେଇଥିବା ବେଳେ ସଞ୍ଜୟ ଠାକୁର, ମନିତୋଷ ସାହୁ, ସୌମିତ୍ର ସାହୁ,ଶୁଭମ ମେହେର, ସୌରଭ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ