ଧମା ପଞ୍ଚାୟତରେ କିଶୋରୀ ବାଳିକା ସଚେତନତା ସଭା

ସମ୍ବଲପୁର (ପଡିଆବାହାଲ):କୈଶୋର ବୟସ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଓ ଏହି ସମୟର ସ୍ୱାସ୍ଥ୍ୟ ଆଗାମୀ ଭବିଷ୍ୟତ ପାଇଁ ମୂଲ୍ୟବାନ ଜୀବନ ଦର୍ଶନ। ତେଣୁ କୈଶୋର ସ୍ୱାସ୍ଥ୍ୟ ପ୍ରତି ସମସ୍ତଙ୍କୁ ସଚେତନ କରାଇବା ନେଇ ଆଜି ମାନେଶ୍ୱର ବ୍ଲକ୍ ର ଧମା ପଞ୍ଚୟତ ଠାରେ କିଶୋରୀ ବାଳିକାଙ୍କ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ଧମା ସରପଞ୍ଚ୍ ଲଲିତା ପ୍ରଧାନକ୍ଷ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା ସଭାରେ ସୁପରଭାଇଜର ଉଷାସୁନ୍ଦର ପାଣି,ଏଲଏଚବି ସରୋଜିନୀ ଲାକ୍ରା କୈଶୋର ବୟସର ସମସ୍ତ ଦିଗକୁ ନେଇ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ,ଦୃଢତା ଓ ଜୀବନ କୌଶଳ ଉପରେ ବୁଝାଇ ଶରୀର ପରିବର୍ତ୍ତନ ନେଇ ବିଭିନ୍ନ ସମସ୍ୟା ଆସିଥାଏ।।ଏଥିରେ ବିଚଳିତ ବା ଭୟଭୀତ ନହୋଇ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ସହିତ ସଂପର୍କ ରଖି ନିଜ ଭିତରେ ଦେଖା ଦେଉଥିବା ସମସ୍ୟାକୁ ସହଜରେ ଉପଚାର କରିହେବ ବୋଲି ବାଲିଖା ମାନଙ୍କୁ ବୁଝାଇଥିଲେ।ସଚେତନତା ସଭାରେ ଧମାର ବହୁ କିଶୋରୀ ବାଳିକା ଅଂଶ ଗ୍ରହଣ କରିଥିବା ବେଳେ ସ୍ଥାନୀୟ ସମସ୍ତ ଅଙ୍ଗନୱାଡି କର୍ମୀ ମାନେ ଉପସ୍ଥିତ ଥିଲେ।