Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାବିଷୁବ ସଂକ୍ରାନ୍ତି ପାଳନ ନିମନ୍ତେ ଗୁଡାରୀ ରାଧାକୃଷ୍ଣ ମନ୍ଦିରରେ ବୈଠକ

ଗୁଡାରି : ପବିତ୍ର ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଗତକାଲି ଗୁଡାରୀ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଗୁଡାରୀ ସହରର କିଛି ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ମିଳିତ ଭାବେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବହୁ ବିଚାର ବିମର୍ଷ ପରେ ପ୍ରଥମ ଥର ପାଇଁ ଗୁଡାରି ସହରରେ ସନାତନ ଧର୍ମର ନୂତନ ବର୍ଷ ବା ମହାବୀର ହନୁମାନଙ୍କ ଜୟନ୍ତି ଗୁଡାରୀ ଜନସାଧାରଣ ମହାଆଡମ୍ବରରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ସଙ୍ଘର ସଭାପତି ଗଣପତି ପାଠି କହିଛନ୍ତି ସୁନ୍ଧାରା କାଣ୍ଡ ପାରାୟଣ ହେବା ସହ ହୋମ ଯଜ୍ଞ ଏବଂ ଭକ୍ତ ପାଇଁ ଅନ୍ନପ୍ରସାଦର ସେବନ ବ୍ୟବସ୍ଥା ରଖାଯାଇଛି ବୋଲି କହିଛନ୍ତି। କିଛି ମହାବୀର ଭକ୍ତ କହିଛନ୍ତି, ଭାରତ ବର୍ଷରେ ବିଭିନ୍ନ ଧର୍ମର କାୟା ବିସ୍ତାର କରିବାରେ ଲାଗିଛନ୍ତି । ଏଣୁ ପ୍ରତ୍ୟେକ ସହର ତଥା ପୁରପଲ୍ଲୀରେ ହିନ୍ଦୁ ଧର୍ମାଆଲମ୍ବି ମାନେ ଏହି ମହାନ ପର୍ବ ବା ନୂତନ ବର୍ଷକୁ ଅତି ଆଡମ୍ବରରେ ପାଳନ କରିବା ଆବଶ୍ୟକ ରହିଛି ବୋଲି କହିଛନ୍ତି। ଏହି ସଭାରେ ସୁଜୟ ପଟ୍ଟନାୟକ, ସୁଶିଳଗୁରୁ , ସନ୍ତୋଷ ମହାନ୍ତି , ନିନୁ ମିଶ୍ର , କୃଷ୍ଣ ସାହୁ ,ଭାସ୍କର ନନ୍ଦ ଉପସ୍ଥିତ ରହି ସଭା କାର୍ଯ୍ୟ ପରିଚାଳନା କରିଥିଲେ। ସହରର ଶତାଧିକ ଭକ୍ତ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ