ରକ୍ତଦାନ ଶିବିର: ୪୦ ୟୁନିଟ ରକ୍ତ ସଂଗ୍ରହ

ସମ୍ବଲପୁର:ବୀର ସୁରେନ୍ଦ୍ର ସାଏ ଓ ସୁଭାଷଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ ଅବସରରେ ରେଙ୍ଗାଲି ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଲାୟନ୍ସକ୍ଲବ ହୀରାକୁଦ ଆଲୁମିନିୟମ ସିଟି ଓ “ସମ୍ବାଦ “ଆମ ଓଡିଶା ପକ୍ଷରୁ ରେଙ୍ଗାଲି ଭିଏସଏସ ଆଇଟିଆଇ ଠାରେ ଏହା ଆୟୋଜନ ହୋଇଥିଲା। ଏହି ରକ୍ତଦାନ ଶିବିରରେ ୪୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।ଦେଶ ସ୍ୱାଧିନତାରେ ଝାସ ଦେଇଥିବା ମହାନ ସଂଗ୍ରାମୀଙ୍କ ସ୍ମୃତି ରକ୍ଷା ପାଇଁ ଯୁବ ସମାଜରେ ରକ୍ତଦାନ ଭଳି ଉତ୍ସାହ ଦେଖାଦେବା ଆଗାମୀ ସକାଳ ପାଇଁ ଶୁଭ ସୂଚନା ବୋଲି ବୁ୍ଦ୍ଧିଜୀବି ମହଳରେ ମତପ୍ରକାଶ ପାଇଛି ।