ପୁରୁଷ ବହୁମୂଖୀ ସ୍ୱାସ୍ଥ୍ୟ କର୍ମୀ ସଂଘର ନୂତନ କର୍ମକର୍ତ୍ତା

ବ୍ରହ୍ମପୁର:ମଙ୍ଗଳବାର ଓଡିଶା ରାଜ୍ୟ ପୁରୁଷ ବହୁମୂଖୀ ସ୍ଵାସ୍ଥ୍ୟ କର୍ମୀ ସଂଘ,ଗଞ୍ଜାମ ଜିଲ୍ଲାର ସାଧାରଣ ପରିଷଦ ବୈଠକ ତଥା ବନ୍ଧୁମିଳନ କାର୍ଯକ୍ରମ ନିକଟସ୍ଥ ମହୁରୀ କାଲୁଆ ଶକ୍ତି ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ରାଜ୍ୟ ମହାସଂଘର ସାଧାରଣ ସମ୍ପାଦକ ରବିନ୍ଦ୍ର ନାଥ ପ୍ରଧାନ ଓ ଅତିରିକ୍ତ ସାଧାରଣ ସମ୍ପାଦକ ପ୍ରଶାନ୍ତ ସାମନ୍ତରାୟ ଙ୍କୁ ସମ୍ବର୍ଦ୍ଧନା ଦେବା ସହ ଜିଲ୍ଲାର ନୂତନ କର୍ମକର୍ତ୍ତା ମନୋନୀତ କରା ଯାଇତିଲା।ଗଞ୍ଜାମ ଜିଲ୍ଲା ପୁରୁଷ ବହୁମୂଖୀ ସ୍ଵାସ୍ଥ୍ୟ କର୍ମୀ ସଂଘ ରସଭାପତି ଭାବେ ବାବୁଲା ନାହାକ ,ସମ୍ପାଦକ ଭାବେ ଦିଗନ୍ତ କୁମାର ମହାନ୍ତି ,ଅଧ୍ୟକ୍ଷ ଭାବେ ସୁଶାନ୍ତ ପ୍ରଧାନ ,କୋଷାଧ୍ୟକ୍ଷ ସିଦ୍ଦାର୍ଥ ଶଙ୍କର ମହାରଣା ଓ ଅନ୍ୟାନ୍ୟ କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ।