Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନ୍ୟା ଦାସ ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ )ସୋମବାର ରାଜ୍ୟ ସରକାର ଆଇଏଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି। ସୁବର୍ଣ୍ଣପୁରରେ ଗତ ଜୁନ ମାସ ୪ ତାରିଖ ରେ ଯୋଗଦାନ କରିଥିବା ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କୁ ଇପିଏମ୍ ନିର୍ଦେଶକ ଭାବେ ବଦଳି ହୋଇଛି। ସେହିପରି ନୂଆ ଜିଲ୍ଲାପାଳ ଭାବେ ୨୦୧୯ ଵ୍ୟାଚ୍ ର ଆଇଏଏସ ଅଫିସର ଅନ୍ୟା ଦାସଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣା ପଡିଥିବା ବେଳେ ସେ ଏହା ପୂର୍ବରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ