୩ଦିନ ଧରି ବଢ଼େଇ ନିଖୋଜ, ଥାନାରେ ମାମଲା ରୁଜୁ


ଜମନକିରା: ଜମନକିରା ଥାନା ଗୋଡ଼ପାଲି ଫାଣ୍ଡି ଅନ୍ତର୍ଗତ ବଡରମା ଛକ ନିକଟରେ ଘର କରି ରହିଥିବା ସୁଦର୍ଶନ ବେହେରା (୫୮) ଗତ ୬ ତାରିଖ ସନ୍ଧ୍ୟାରୁ ନିଖୋଜ ଥିବା ନେଇ ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସୂଚନା ଯୋଗ୍ୟ ଯେ, ଶ୍ରୀ ସୁଦର୍ଶନ ବଢ଼େଇ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ଗତ ୬ତାରିଖ ଦିନ ଅପରାହ୍ନରେ ସୁଦର୍ଶନ ମାଛ ମାରିବାକୁ ଯାଇ ସନ୍ଧ୍ୟାରେ ଘରକୁ ମାଛ ଆଣିଥିଲେ। ସ୍ତ୍ରୀ ଅନ୍ୟତ୍ର ଯାଇଥିବା ଯୋଗୁଁ ପାଖରେ ରହୁଥିବା ନିଜ ବୋହୂକୁ ମାଛ ରାନ୍ଧିବା ପାଇଁ କହିଥିଲେ। ତେବେ ବିଦ୍ୟୁତ ନଥିବା ଯୋଗୁଁ ଟର୍ଚ୍ଚ ଆଣିବାକୁ ଯାଉଛି କହି ନିଜ ଘର ଆଡେ ଚାଲି ଯାଇଥିଲେ। ତେବେ ସେ ଆଉ ଫେରିନଥିଲେ। ପରେ ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ତାଙ୍କ ସନ୍ଧାନ ନମିଳିବାରୁ ଗତକାଲି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଥାନାରେ ଏକ ନିଖୋଜ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।