Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶାରେ କମୁଛି କନ୍ୟା ସନ୍ତାନ ଜନ୍ମ

ଭୁବନେଶ୍ବର:ଆଜି ସାରା ଦେଶରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ହେଉଛି।ହେଲେ ଓଡିଶା ଭଳି ରାଜ୍ୟରେ ଏହି ଅବସରରେ ପ୍ରକାଶ ପାଇଛି ଏକ ଚିନ୍ତାଜନକ ତଥ୍ୟ। ଓଡିଶାରେ କ୍ରମଶଃ କନ୍ୟା ସନ୍ତାନ ହ୍ରାସ ଘଟିବାକୁ ଯାଉଛି।ସମାଜରେ କନ୍ୟା ସନ୍ତାନର ଗୁରୁତ୍ବ ବିଷୟରେ ସଚେତନ କରିବା , କନ୍ୟା ସନ୍ତାନ ପ୍ରତି ଥିବା ଭେଦଭାବ ମନୋଭାବକୁ ଦୂର କରିବା ସହ ଶିକ୍ଷା , ସ୍ୱାସ୍ଥ୍ୟ ତଥା ଉପଯୁକ୍ତ ପୃଷ୍ଟି ସାଧନ ବିଷୟରେ ସଚେତନତା ସୃଷ୍ଟି କରିବା ଭଳି କାର୍ଯ୍ୟକ୍ରମକୁ ଆଜି ଗୁରୁତ୍ୱ ଦେଇଛି ଓଡିଶା।ଏହି ବିଷୟ ସବୁକୁ ନେଇ ସାମାଜିକ ସଚେତନତାର ମୂଳ ଉଦ୍ଦେଶ୍ୟ ନେଇ ଓଡିଶା ଦେଖାଇଛି ଅଭିନବ ଉଦାହରଣ। ‘ମାଇ ଗାର୍ଲ ମାଇ ଚାଇଲ୍ଡର ନାରା ଦେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ୫ଟି ଜିଲ୍ଲାର ପ୍ରତିନିଧିମାନଙ୍କୁ ସମ୍ମାନିତ କରାଯାଇଛି। ୨୦୨୨ର ସର୍ଭେ ମୁତାବକ୍ ପ୍ରତି ହଜାରରେ ୯ଶହରୁ ଅଧିକ ଝିଅ ସନ୍ତାନ ଜନ୍ମ କରିଥିବା ଜିଲ୍ଲାଗୁଡିକୁ ସମ୍ମାନିତ କରାଯାଇଛି। ଅର୍ଥାତ କନ୍ୟା ସନ୍ତାନ ଯେଉଁ ଜିଲ୍ଲା ଗୁଡିକରେ ଅଧିକ ଜନ୍ମ ନେଇଛନ୍ତି ସେହି ୫ ଜିଲ୍ଲାକୁ ରାଜ୍ୟ ସରକାର ସମ୍ମାନୀତ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ