ଦିଲ୍ଲୀରେ ପାଳିତ ହେଲା ବୀର ସୁରେନ୍ଦ୍ର ସାଏ ଙ୍କ ୨୧୫ତମଜନ୍ମ ବାର୍ଷିକୀ

ନୂଆଁଦିଲ୍ଲୀ:ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଙ୍କ ୨୧୫ତମ ଜନ୍ମ ବାର୍ଷିକୀ ଜୁହାର ପରିବାର ଦିଲ୍ଲୀ ପକ୍ଷରୁ ଆଜି ଶୌର୍ଯ୍ୟ ଓ ସ୍ୱାଭିମାନ ଦିବସ ଭାବେ ପାଳନ କରI ଯାଇଛି I କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଫୋଟୋଚିତ୍ର ରେ ମାଲ୍ୟାର୍ପଣ କରାଯାଇଥିଲା I ଏହି କାର୍ଯ୍ୟକ୍ରମ ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ର ଡିନ ଅଫ କଲେଜେସ ଡ. ବଳରାମ ପାଣି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ I ଶାରଦା ବିଶ୍ୱବିଦ୍ୟାଳୟ ର ପ୍ରଫେସର ତପନ ପ୍ରସାଦ ବିଶ୍ୱାଳ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ର ସ୍କୁଲ ଅଫ ଓପନ ଲର୍ନିଙ୍ଗର ପ୍ରଫେସର ଜନ୍ମଜେୟ ଖୁଣ୍ଟିଆ, ସତ୍ୟବତୀ ମହାବିଦ୍ୟାଳୟ ର ପ୍ରଫେସର ଶିବ ଚରଣ ପଣ୍ଡା, ପ୍ରତିରକ୍ଷା ଓ ବୈଦେଶିକ ବ୍ୟାପାର ବିଶେଷଜ୍ଞ ଡ଼. ରାଜାରାମ ପଣ୍ଡା ଓ ବରିଷ୍ଠ ସାମ୍ବାଦିକ ଡ଼. ଭବାନୀ ଦୀକ୍ଷିତ ବକ୍ତା ଭାବରେ ଯୋଗ ଦେଇଥିଲେ I ଅତିଥି ଓ ବକ୍ତା ମାନେ ସୁରେନ୍ଦ୍ର ସାଏ ଙ୍କ ଜୀବନ ଓ ସଂଗ୍ରାମ ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ l ବୀର ସୁରେନ୍ଦ୍ର ସାଏ ଙ୍କର ସଂଗ୍ରାମ ଓ ତାଙ୍କର ସହଯୋଗୀ ମାନଙ୍କର ସମ୍ପର୍କରେ ଅଧିକ ଗବେଷଣା ହେବାର ଆବଶ୍ୟକତା ରହିଛି ବୋଲି ଅତିଥି ଓ ବକ୍ତାଗଣ ମତବ୍ୟକ୍ତ କରିଥିଲେ I ଜୁହାର ପରିବାର ଦିଲ୍ଲୀ ସଭାପତି ରଞ୍ଜନ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଜୟନ୍ତୀ ସମାରୋହ ଆୟୋଜିତ ହୋଇଥିଲା I କାର୍ଯ୍ୟକ୍ରମ କୁ ମାନସ ରଞ୍ଜନ ମିଶ୍ର ଓ ବାସୁଦେବ ତ୍ରିପାଠୀ ସଂଯୋଜନା କରିଥିଲେ I