ଶ୍ରୀ ଶ୍ରୀ ଜାଗେଶ୍ୱର ବାବା ମନ୍ଦିରରେ ନୂତନ ଲିଙ୍ଗ ପ୍ରତିଷ୍ଠା

ସମ୍ବଲପୁର: ସ୍ଥାନୀୟ ମୁଦିପଡାସ୍ଥିତ ଶ୍ରୀ ଶ୍ରୀ ଜାଗେଶ୍ବର ବାବାଙ୍କ ମନ୍ଦିରରେ ନୂତନ ଲିଙ୍ଗ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଗତକାଲି ଅଙ୍କୁରାରୋପଣ ଅଧିବାସ ଆଦି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଜି କଳସ, ଅଷ୍ଟାଦଶ ମାତୃଗଣ ପୂଜା, ନବଗ୍ରହ ଓ ବାସ୍ତୁପୂଜା ସହିତ ନୂତନ ଲିଙ୍ଗ ପ୍ରତିଷ୍ଠା ପୂଜା ଅନୁଷ୍ଠିତ ହୋଇଥିଲା । ପରେ ହୋମାଦି ଆଦି ଯଜ୍ଞ କାର୍ଯ୍ୟ ସମାପନ ପରେ ପ୍ରାଣପ୍ରତିଷ୍ଠା କରାଯାଇଥିଲା। ଏହାସହିତ ନୂତନ ଧ୍ବଜା ରୋହଣ ଓ କଳସ ସ୍ଥାପନ ଆଦି ଅନୁଷ୍ଠିତ ହୋଇଥିଲା । ଈଶ୍ବର ପ୍ରସାଦ ନନ୍ଦ ଓ ତାଙ୍କ ସହଧର୍ମିଣୀ ନିରୂପମା ନନ୍ଦ କର୍ତ୍ତା ଦାୟିତ୍ୱ ତୁଲାଇଥିବା ବେଳେ ପଣ୍ଡିତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଓ ତାଙ୍କ ସହଯୋଗୀ ହରେଶ ମିଶ୍ର ରାଜକୁମାର ଷଡଙ୍ଗୀ ପୂଜାକାର୍ଯ୍ୟ କରିଥିଲେ । ମନ୍ଦିର କମିଟି ର ସୁନୀଲ ଦାଶ, ଗତିକୃଷ୍ଣ ଷଡଙ୍ଗୀ, ଅଭିରାମ ପଟେଲ, ଦୁର୍ଗା ପଟ୍ଟନାୟକ, ଶାନ୍ତନୁ ପାଣିଗ୍ରାହୀ, ଖଡିରତ୍ନ ବେହେରା, ସୁଧିର ପଣ୍ଡା, ବିନୋଦ ପଣ୍ଡା, ସୁନୀଲ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ । ପରେ ଭକ୍ତ ମାନଙ୍କୁ ଅନ୍ନଭୋଗ ବଣ୍ଟନ କରାଯାଇଥିଲା । ସୂଚନା ଯୋଗ୍ୟ ଯେ ମନ୍ଦିର ର ପୁରୁଣା ଲିଙ୍ଗ ଏକାଧିକ ସ୍ଥାନରେ ଜରାଜୀର୍ଣ ହୋଇଯାଇଥିବା ଯୋଗୁଁ ନୂତନ ଲିଙ୍ଗ ପ୍ରତିଷ୍ଠା କରାଯାଇଛି । ଏହା ସହିତ ମନ୍ଦିରର ଗମ୍ଭୀରା ତଥା ପରିସରର ନୂଆ କଳେବର କରାଯାଇଛି ।