ମାଁ କାମାକ୍ଷା ଦେବୀଙ୍କ ପୁଷ୍ୟାଭିଷେକ


ସମ୍ବଲପୁର: ପୌଷ ପୂର୍ଣ୍ଣମୀରେ ମାଁ କାମାକ୍ଷ୍ଯା ଦେବୀଙ୍କ ପୁଷ୍ୟାଭିଷେକ ବେଶ ଭୋରରୁ ଅନୁଷ୍ଠିତ ହୋଇଛି। ମୂଖ୍ୟ ପୂଜକ ଜୟ ଗୋପାଳ ସୁଆର ମନ୍ଦିର ଶୋଧନ କରାଇ ମାଁ ଙ୍କୁ ସ୍ବତନ୍ତ୍ର ପୂଜାର୍ଚ୍ଚନା ଗୁପ୍ତ ରୀତିନୀତି ଅନୁଯାୟୀ ମାଁ କାମାକ୍ଷ୍ଯା ଦେବୀଙ୍କ ଶିଙ୍ଗାର କରିଥିଲେ।ହୃଦାନନ୍ଦ ଦେହୂରୀଙ୍କ କର୍ତ୍ତୃତ୍ୱରେ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା।ଆଜି ଏହି ଭବ୍ୟ ପୂଜାବିଧିକୁ ଭାସ୍କର ଝା ଓ ପ୍ରେରଣା ଝା ମାଁ ଙ୍କ ଶୃଙ୍ଗାର ର ପୁଷ୍ପ ଦାୟିତ୍ୱ ନିର୍ବାହ କରିଥିଲେ।