Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନପୁର ଠାରେ ରାଜସ୍ବ ନୀରିକ୍ଷକ ଓ କ୍ଷେତ୍ର ଅଧିକାରୀ ଙ୍କ କଳା ବ୍ୟାଜ ପିନ୍ଧି ଧାରଣା

ସୁୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ତହସିଲ ର ରାଜସ୍ବ ପରିଦର୍ଶକ ତଥା ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ସୁବର୍ଣ୍ଣପୁର ଶାଖା ର ଜିଲ୍ଲା ସଭାପତି ଜାରା ସିଂ ବରିହା ଙ୍କ ନେତୃତ୍ଵରେ ବିଭିନ୍ନ ଦାବି ନେଇ ସୋନପୁର ତହସିଲର ପାଞ୍ଚୋଟି ରାଜସ୍ବ କାର୍ଯ୍ୟାଳୟର ନିରୀକ୍ଷକ ମାନେ ଆଜି ସୋନପୁର ତହସିଲର ଅତିରିକ୍ତ ତହସିଲଦାର ଯୋଗେଶ୍ୱର ଧରୁଆ ଙ୍କୁ ଭେଟି ଦାବି ପତ୍ର ପ୍ରଦାନ୍ କରିଛନ୍ତି । ଆଜି ୨୫ ଜାନୁଆରୀ ରୁ କଳା ବ୍ୟାଚ ପିନ୍ଧି ସମସ୍ତ ଅଧିକାରୀ ଧାରଣାରେ ବସି ଥିବା ବେଳେ ଦାବୀ ପୂରଣ ନ ହେଲେ ୧୦ ଦିନ ପରେ କଲମ ଛାଡ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ମୁଖ୍ୟ ଦାବୀ ଗୁଡ଼ିକ ମଧ୍ୟରେ କ୍ୟାଡର ପୁନଃ ନିର୍ଦ୍ଧାରଣ, ଯୋଗ୍ୟତା ଭିତ୍ତିରେ ଗ୍ରେଡେଶନ, ଅତିରିକ୍ତ ରାଜସ୍ବ ନୀରିକ୍ଷକ ଙ୍କ ଗ୍ରେଡ ପେ ବୃଦ୍ଧି, ରାଜସ୍ବ ମଣ୍ଡଳରେ କର୍ମଚାରୀ ନିଯୁକ୍ତି, ରାଜସ୍ବ ବିଭାଗ ରୁ କୃଷି କ୍ଷେତ୍ର ସମ୍ବନ୍ଧୀୟ କାର୍ଯ୍ଯ ବର୍ଜନ ଆଦି ଦାବୀ ରହିଥିବା ଜଣାଯାଇଛି। କର୍ତ୍ତୃପକ୍ଷ ଙ୍କୁ ଏହି ଦାବୀ ପତ୍ର ଦେବା ବେଳେ ସୋନପୁର ଆରଆଇ ସୁଧୀର ରଞ୍ଜନ ପାଣ୍ଡିଆ, ସୁନୀଲ କୁମାର ଘିବେଲା, ସ୍ନିଗ୍ଧାମୟୀ ପରୁଆ, ମାମି ବେହେରା, ବିନୋଦିନୀ ନାଏକ ପ୍ରମୁଖ ଉପସ୍ଥିତି ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ