ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବରିଷ୍ଠ ନାଗରିକ ସଂଗଠନ ର ନୂତନ କାର୍ଯ୍ୟକର୍ତ୍ତା ଆଜି ଗଠିତ ହୋଇଥିଲା I ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାଢୀ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସର୍ବସମ୍ମତି କ୍ରମେ ଡ. ପ୍ରଫୁଲ୍ଲ କୁମାର ରଥ ଙ୍କୁ ପୁ୍ନଶ୍ଚ ସଭାପତି ଭାବେ ନିର୍ବାଚିତ କରା ଯାଇଥିବାବେଳେ ଉପ ସଭାପତି ଭାବେ ସୁଦାମ ସେଠି ଓ ସୌମିତ୍ରି ମେହେର ଙ୍କୁ ଚୟନ କରାଯାଇଛି l ସମ୍ପାଦକ ସନୋଷ ଷଡଙ୍ଗୀ , ସହ ସମ୍ପାଦକ ବଲରାମ କାଣ୍ଡ ଓ କୋଷାଧ୍ୟକ୍ଷ ଦୟାନିଧି ହୋତା ରହିଛନ୍ତି I ସେହିପରି ଉପଦେଷ୍ଟା ମଣ୍ଡଳୀରେ ପ୍ରସନ୍ନ କୁମାର ତ୍ରିପାଠୀ , କୃଷ୍ଣ ଚନ୍ଦ୍ର ପାଢୀ , ଧ୍ରୁବ ଚରଣ ଦାଶ , ଶ୍ରୀନିବାସ ଅଗ୍ରୱାଲ , ଗୋଲଖ ବିହାରୀ ଦେହୁରୀ , ଗୋପିନାଥ ମହାକୁର , ଭଗବାନ ମିଶ୍ର , ଭୂଷଣ କୁମାର ପାତ୍ର ପ୍ରମୁଖ ମନୋନୀତ ହୋଇଛନ୍ତି l କାର୍ଯ୍ୟକାରି ସଦସ୍ୟ ରହିଛନ୍ତି ଧନୁ ପଧାନ , ପ୍ରଶାନ୍ତ ଶତପଥୀ , ସୁରୁ ସାହୁ, ଶ୍ଯାମ ସୁନ୍ଦର ସେଠି , ଅକୃର ଦନ୍ତl , ଶିବ ରମଣ ପଣ୍ଡା , ଦିଲ୍ଲୀପ କୁମାର ମିଶ୍ର , ଦିଲ୍ଲୀପ କୁମାର ତ୍ରିପାଠୀ , ବାସୁଦେବ ପଣ୍ଡା , ପଦ୍ମିନୀ ମିଶ୍ର , ଜ୍ୟୋତିର୍ମୟୀ ମିଶ୍ର ପ୍ରମୁଖ l ନବ ଗଠିତ କର୍ମକର୍ତ୍ତାଙ୍କୁ ବରିଷ୍ଠ ସଦସ୍ୟ କୃଷ୍ଣ ଚନ୍ଦ୍ର ପାଢି ଶପଥପାଠ କରାଇଥିଲେ l ଶେଷରେ ନାରାୟଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ I
ବୀରମହାରାଜପୁର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଗଠନ ର ନୂତନ କାର୍ଯ୍ୟକର୍ତ୍ତା ଗଠିତ
